ପୁରା ଖବର ବିଷୟରେ



ରାସ୍ତା କାମରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ଓ ଜେସିବି ହୁହୁ ହୋଇ ଜଳିଗଲା

Mar 5 2022 12:16PM
ଭଦ୍ରକ ଜିଲ୍ଲାର ଓଡ଼ଙ୍ଗ ପଞ୍ଚାୟତର ସାବିତ୍ରୀଆଡ଼ି ଠାରେ ରାସ୍ତା କାମରେ ନିୟୋଜିତ ହୋଇଥିବା ଟ୍ରାକ୍ଟର ଓ ଜେସିବି ହୁହୁ ହୋଇ ଜଳିଗଲା। ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । କ୍ୟାମ୍ପରେ ଥିବା ଲେବର ମାନେ ନିଆଁ ଲିଭାଇବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳ ରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ଗୋଟିଏ ଜେସିବି ସଂପୂର୍ଣ୍ଣ ଜଳିଯାଇଥିବା ବେଳେ ଦୁଇ ଗୋଟି ଟ୍ରାକ୍ଟର ଆଂଶିକ ଭାବେ ଜଳିଯାଇଛି । ଏନେଇ ଠିକା କମ୍ପାନୀ ମାଲିକ ଥାନାରେ ଅଭିଯୋଗ କରିଥିବା ଜଣାପଡିଛି।