ପୁରା ଖବର ବିଷୟରେ



ଅବହେଳିତ ଗୁଡ଼ାରୀ ଅଞ୍ଚଳର ମୌଳିକ ସୁବିଧାରୁ ବଞ୍ଚିତ ଯୋଗୁଁ ସ୍ଥାନୀୟ ଗାନ୍ଧୀଛକ ନିକଟରେ ୨ଗୋଟି ଦାବିନେଇ ଦୁଇ ଦିନିଆ ଦସ୍ତଖତ ଅଭିଯାନ ।

Mar 3 2022 4:20PM
(ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ପ୍ରସାଦ ଲିମାଙ୍କ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍) ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡ଼ାରୀ ସଦର ମହକୁମା ସ୍ଥିତ ଗାନ୍ଧୀଛକ ନିକଟରେ ଅବହେଳିତ ଗୁଡ଼ାରୀ ଅଞ୍ଚଳର ମୌଳିକ ସୁବିଧାରୁ ବଞ୍ଚିତ ଥିବାରୁ ସରକାରଙ୍କ ଅବଗତ ନିମନ୍ତେ ୨ଗୋଟି ଦାବିନେଇ ୨ ଦିନିଆ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଅଭିଯାନ ମାଧ୍ୟମରେ ସରକାରଙ୍କ ନିକଟରେ ଦାବି କି ଯେ ଗୁଡ଼ାରୀ ଠାରୁ ଭୁବନେଶ୍ୱର, ଗୁଡ଼ାରୀ ଠାରୁ ବିଶାଖାପାଟଣାମ ଗୁଡ଼ାରୀ ଠାରୁ ଜୟପୁର ସରକାରୀ (ଓ.ଏସ.ଆର.ଟି.ସି) କିମ୍ବା ବେସରକାରୀ ବସ୍ ସେବା ଏବଂ ଗୁଣୁପୁର-ଥେରୁବାଲି ରେଳପଥ ଭାୟା ଗୁଡ଼ାରୀ ଦେଇ ଥେରୁବାଲି ସଂଯୋଗୀକରଣ ନିମନ୍ତେ ଦାବିରେ ୨ଦିନିଆ ଏକ ସହମତି ସ୍ୱାକ୍ଷର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସୂଚନା ଥାଉକି ସ୍ୱାଧୀନତାର ଦୀର୍ଘ ୭୫ ବର୍ଷ ବିତିଯାଇଥିଲେ ହେଁ ଏବଂ , ଦୀର୍ଘ ୫୦ ବର୍ଷ ଗୁଡ଼ାରୀ ଏନ୍.ଏ.ସି. ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଗୁଡ଼ାରୀ ତଥା ଗୁଡ଼ାରୀ ଅଞ୍ଚଳ ଅବହେଳିତ ଅବସ୍ଥାରେ ରହିଛି,ଏଥିରୁ ଜଣାପଡିଛି ସ୍ଥାନୀୟ ରାଜନୈତିକ ନେତା ଓ ନେତୃମଣ୍ଡଳୀ ଏବଂ ସରକାରଙ୍କ ଗୁଡ଼ାରୀ ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ ହେଉଛି । ତଥାପି ଗୁଡ଼ାରୀ ଜନସାଧାରଣଙ୍କ ବିଶ୍ବାସ ଓ ଭରସା ଓ ଯୁବ ଗୋଷ୍ଠୀର ପ୍ରୟାସରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ସହ କାର୍ଯ୍ୟାନୁଷ୍ଠାନ ନିମନ୍ତେ ୨ ଦିନିଆ ସ୍ବାକ୍ଷରି ଅଭିଯାନ କାର୍ଯ୍ୟକ୍ରମ ମାଧ୍ୟମରେ ଦାବି କରିଛନ୍ତି । ସରକାର ଏଥିପ୍ରତି କି ପଦକ୍ଷେପ ନେଇଛନ୍ତି ତାହା ଦେଖିବାକୁ ବାକି ରହିଲା ।