ପୁରା ଖବର ବିଷୟରେ



ରାୟଗଡା ଜିଲ୍ଲାପାଳଙ୍କ ପୁଟାସିଂ ଗସ୍ତ "ନୂତନ ମାତୃ ଓ ଶିଶୁ ପୋଷଣ କେନ୍ଦ୍ର ଉଦ୍ଘାଟନ"

Mar 1 2022 8:08PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡା: ରାୟଗଡା ଜିଲ୍ଲାପାଳ ଶ୍ରୀ ମିଶ୍ର ଆଜି ଗୁଣପୁର ବ୍ଲକ ଅନ୍ତର୍ଗତ ପୁଟାସିଂ ଅଞ୍ଚଳ ଗସ୍ତ କରି କେରେବା ଓ ଅବଡ ଠାରେ ନୂତନ ନିର୍ମିତ ମାତୃ ଶିଶୁ ପୋଷଣ କେନ୍ଦ୍ର ଉଦଘାଟନ କରିଥିଲେ । ପୁଟାସିଂ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି ମାତୃ ଶିଶୁ ସୁରକ୍ଷା ନିମନ୍ତେ ଆବଶ୍ୟକ ସଚେତନତା ସୃଷ୍ଟି କରିବା ନିମନ୍ତେ ଉପସ୍ଥିତ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ । ଜିଲାପାଳ ଶ୍ରୀ ମିଶ୍ର ଶିଶୁ ମାନଙ୍କ ପାଇଁ ଶୁଖିଲା ଖାଦ୍ୟର ପ୍ୟାକେଟ ବଣ୍ଟନ କରିଥିଲେ l ବିଳମ୍ବରେ ଵିଵାହ କରିଥିବା ୧୦ଜଣ ମହିଳାଙ୍କୁ କିଛି ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ l ଆୟ ବୃଦ୍ଧି ନିମନ୍ତେ ୭ ଗୋଟି ସ୍ୱୟଂସହାୟକ ଗୋଷ୍ଠୀକୁ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି l ଦାରିଦ୍ର୍ୟ ଦୂରୀକରଣ ପାଣ୍ଠି ଯୋଜନାରେ ତିନି ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀକୁ ୧ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ l ଏହି ଗସ୍ତ ସମୟରେ ଗ୍ରାମବାସୀଙ୍କ ସହିତ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ l ଗ୍ରାମବାସୀ ମାନେ ଵିଶେଷ କରି ବିଦ୍ଧବା ଭତ୍ତା, ପିଇବା ପାଣି, ବିଦ୍ୟୁତ ଓ ରାସ୍ତlଘାଟ ନିର୍ମାଣ କରିବା ନିମନ୍ତେ ଦାବି ଜଣାଇଥିଲେ l ଜିଲ୍ଲାପାଳଙ୍କ ଆଜିର ଏହି ଗସ୍ତ ସମୟରେ ଲାଞ୍ଜିଆ ସୌରା ଉନ୍ନୟନ ପ୍ରକଳ୍ପର ସ୍ୱତନ୍ତ୍ର ଅଧିକାରୀ ଶ୍ରୀ ଚଇତନ୍ୟ ମାଝୀ, ପ୍ରକଳ୍ପ ପରିଚାଳକ ଶ୍ରୀ ମୋହିତ ସେନାପତି, କନିଷ୍ଠ କୃଷି ଅଧିକାରୀ ଶ୍ରୀ ଜୋଶବନ୍ତ ନାୟକ, ନ୍ୟୁଟ୍ରେସନ କୋଡ଼ିନେଟର ଶ୍ରୀ ରାଜେଶ ବେହେରା, ଶକ୍ତି ଅନୁଷ୍ଠାନର ଅଖିଳ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।