ପୁରା ଖବର ବିଷୟରେ



କୋଭିଡ ସଂକ୍ରମଣ ଆଶଙ୍କା କରି ପବିତ୍ର ମହାଶିବରାତ୍ରିରେ କଟକଣା ଜାରି କରିଛନ୍ତି ଜିଲ୍ଲା ପ୍ରଶାସନ

Feb 28 2022 6:16PM
(ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ମିନାଝୋଲାରେ କେବଳ ସ୍ଥାନୀୟ ଜନସାଧାରଣ ଦର୍ଶନ କରିବେ,୧୦ ବର୍ଷ ଓ ୬୦ବର୍ଷ ବୟସ ବ୍ୟକ୍ତି ମାନଙ୍କୁ ବାରଣ କରାଯାଇଛି'" ରାୟଗଡା: କୋରନାର ସଂକ୍ରମଣ ଆଶଙ୍କା କରି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ମହାଶିବରାତ୍ରିରେ ବାହାର ରାଜ୍ୟ ଓ ଜିଲ୍ଲାର ଭକ୍ତ ମାନଙ୍କ ନିମନ୍ତେ ଦର୍ଶନ ନିମନ୍ତେ କଟକଣା ଜାରିକରିଛନ୍ତି ରାୟଗଡ ଜିଲ୍ଲାପାଳ l ଜିଲ୍ଲାର ଶିବମନ୍ଦିର ଯଥା ଛାଟିକୋଣା,ଦେବଗିରି, ଓ ମିନାଝୋଲାରେ ପ୍ରବଳ ଜନଗହଳି ଆଶଙ୍କା କରି ଦଶ ବର୍ଷ ଓ ଷାଠିଏ ବର୍ଷ ବୟସ୍ଵ ବ୍ୟକ୍ତି ମାନଙ୍କୁ ଦର୍ଶନ ଉପରେ କଟକଣା ଲଗାଯାଇଛି l ଏକା ସାଙ୍ଗରେ କେବଳ ୧୦ଜଣ ବ୍ୟକ୍ତିଙ୍କୁ ମନ୍ଦିର ଭିତରକୁ ଦର୍ଶନ ପାଇଁ ଅନୁମତି ଦିଆଯିବ l ଶ୍ରଦ୍ଧାଳୁ ମାନେ କୋଭିଡ ନିୟମାବଳୀ ଯଥା ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜେର ବ୍ୟବହାର କରିବେ l ମିନାଝୋଲାରେ କେବଳ ସ୍ଥାନୀୟ ଲୋକମାନେ ପୂଜାକରିବେ ଓ ବାହାର ରାଜ୍ୟ ଓ ବାହାର ଜିଲ୍ଲାର ଶ୍ରଦ୍ଧାଳୁଙ୍କୁ ସେଠାରେ କଟକଣା ଲାଗୁକରାଯାଇଛି l ସେଠାରେ କେବଳ ସ୍ଥାନୀୟ ଯନସାଧାରଣ ମାନେ ପୂଜାକରିବେ l ଏଥି ନିମନ୍ତେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର,ଏକ ଜରୁରୀ ଭର୍ଛୁଆଲ ବୈଠକ କରି ଆଲୋଚନା କରିଥିଲେ l ଏଥିରେ ଆରକ୍ଷୀ ଅଧିକ୍ଷକ ଶ୍ରୀ ବିବେକାନନ୍ଦ ଶର୍ମା, ଉପଜିଲ୍ଲାପାଳ ଗୁଣପୁର ଶ୍ରୀ ସୋନାଲ ଜେନା, ଉପଜିଲ୍ଲାପାଳ ରାୟଗଡ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଉପଖଣ୍ଡ ପୋଲିସ ଅଧିକାରୀ ମାନେ, ଗୋଷ୍ଠି ଉନ୍ନୟନ ଅଧିକାରୀ ଓ ରାୟଗଡା,ଚନ୍ଦ୍ରପୁର, ବିଷମ କଟକ ଓ କଲ୍ୟାଣ ସିଂପୁର ତହସିଲଦାର ମାନଙ୍କ ସହିତ ଆଲୋଚନା କରିଛନ୍ତି l ଏହି ବୈଠକରେ ବିଶେଷ କରି ଦେଶରେ ମହାଶିବରାତ୍ରିରେ ସମ୍ବାବ୍ୟ ଜନଗହଳି ସଂକ୍ରମଣ ଆଶଙ୍କା କରି କୋଭିଡ ନିୟମକୁ ଯାଞ୍ଚ କଡ଼ାକଡ଼ି ଭାବେ ପାଳନ କରିବା ଉପରେ ଆଲୋଚନା କରିଥିଲେ l ସେହିପରି ଉପଜିଲ୍ଲାପାଳ ମାନଙ୍କୁ କଡ଼ାକଡ଼ି ଭାବେ ଜାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବିଶେଷ କରି ଯଥା ସାମାଜିକ ଦୁରତା, ମାସ୍କ ବ୍ୟବହାର,ସାନିଟାଇଜେର ବ୍ୟବହାର ଆଦିକୁ ଯାଞ୍ଚ କରିବାକୁ ବିଡ଼ିଓ, ତହସିଲଦାର ଓ ଥାନା ଅଧିକାରୀ ମାନଙ୍କ କୁହାଯାଇଛି l