ପୁରା ଖବର ବିଷୟରେ



ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ପ୍ରତିବାଦରେ ପୁଲିସ ମହାନିର୍ଦ୍ଦେଶକଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ

Feb 21 2022 9:13PM
ରାୟଗଡା : ଗତ କିଛିଦିନ ତଳେ ସାମ୍ବାଦିକ ମାନଙ୍କୁ ଗାଳି ଗୁଲଜ କରିବା ମାଡ଼ ମାରିବା ଦୁର୍ବ୍ୟବହାର କରିବା ବଢ଼ି ଚାଲିଛି । ଯେ କୌଣସି ସମୟରେ ଯେ କୌଣସି ଜାଗା ହେଉନl କାହିଁକି ସାମ୍ବାଦିକ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇ ଦେଶ ପାଇଁ ଓ ମାନବ ସମାଜର ଉପକାରିତା ସମ୍ପର୍କରେ ସଭ୍ୟ ସମାଜକୁ ଅବଗତ କରିଥାଏ। କୃତଜ୍ଞତା ଦେବାର ଦୂରର କଥା ଦେଶରେ ସାମ୍ବାଦିକ ମାନଙ୍କ ପ୍ରତି କ୍ରୁରତା ଦିନକୁ ଦିନ ବଢୁଥିବା ଦେଖାଦେଇଛି। ଅବାଧ ଓ ନିରପେକ୍ଷ ବିଚାର ରଖୁଥିବା ସାମ୍ବାଦିକ ପ୍ରାଣ ହରାଇବା ପର୍ଯ୍ୟନ୍ତ ସତ ଚେଷ୍ଟା କରି ଥିବା ବେଳେ ତାଙ୍କ ବିପକ୍ଷରେ ଷଡ଼ଯନ୍ତ୍ର କରିବାକୁ ପଛେଇ ନଥାନ୍ତି ସମାଜର ଖଳନାୟକ ମାନେ। ଏଥି ନିମନ୍ତେ ଲୋକଙ୍କ ପାଇଁ ଲୋକଙ୍କ ସ୍ୱର୍ ସରକାରଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ସାମ୍ବାଦିକ ମୁଖ୍ୟ ଭୂମିକାରେ ଗ୍ରହଣ କରିଥିବା ଦେଖା ଦେଇଛି। ସାମ୍ବାଦିକତା ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଅଟେ। ଏହି ପରିପ୍ରକ୍ଷୀରେ ସାମ୍ବାଦିକ ମାନଙ୍କ ପ୍ରତି ଏପରି ଘୃଣ୍ୟ ଉପେକ୍ଷିତ ବ୍ୟବହାର ପ୍ରତିବାଦରେ ଉତ୍କଳ ସଂଘର ସଭାପତି ଓ ବରିଷ୍ଟ ସାମ୍ବାଦିକ ମାନେ ବୁଦ୍ଧିଜୀବୀ ମାନେ ପୋଲିସ ମହାନିର୍ଦ୍ଦେଶକ ନିକଟରେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ ତଥା ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଦାବି ସହ ଭବିଷ୍ୟତରେ ମୁକ୍ତ ଓ ଅବାଧ ସାମ୍ବାଦିକତା କୁ ଆବଶ୍ୟକୀୟ ସୁରକ୍ଷା ପ୍ରଦାନ ପାଇଁ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ।