ପୁରା ଖବର ବିଷୟରେ



ଜିଲ୍ଲା ଆଇନସେବା ପ୍ରାଧିକରଣ ରାୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

Feb 14 2022 6:50PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:- ସୋମବାର ଦିନ ସକାଳ ଘ.୯.୦୦ ମି. ରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ଏକ ଆଇନ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି I ଜିଲ୍ଲା ଦୌରା ଜଜ୍ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାଏକ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act), ମୋଟର ଦୁର୍ଘଟଣା ଜନିତ କ୍ଷତିପୂରଣ ସକାଶେ ଗଠିତ ଟ୍ରିବ୍ୟୁନାଲ ଓ ପୋକ୍ସ ଆକ୍ଟ ସଂପର୍କରେ ଆଲୋଚନା ହୋଇଥିଲା I ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(ପୋକ୍ସ) ଶ୍ରୀମତି ସୋନାଲି ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ରାୟଗଡା ବାର ଆସୋସିଏସନ ର ଓକିଲ ଓ ପାରା ଲିଗାଲ ଭଲ୍ୟୁଣ୍ଟର ପ୍ରମୁଖ ଏହି କାର୍ଯକ୍ରମରେ ଉପସ୍ଥିତ ଥିଲେ I କାର୍ଯ୍ୟକ୍ରମରେ ଉପସ୍ଥିତ ଅତିଥି ମାନେ ସଡକ ସୁରକ୍ଷା, ମୋଟରଯାନ ଆଇନ୍ (Motor Vehicle Act) ଓ ପୋକ୍ସ ଆକ୍ଟ କୁ ନେଇ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିବା ସଙ୍ଗେସଙ୍ଗେ କ୍ଷତିଗ୍ରସ୍ତଙ୍କ ନିକଟରେ ମଟର ଦୁଘଟଣା ଜନିତ କ୍ଷତିପୂରଣ, ଦୁଷ୍କର୍ମ ର ଶିକାର ହେଉଥିବା ପିଡିତା ମାନଙ୍କୁ ପ୍ରଦାନ କରାଯାଉଥିବା କ୍ଷତିପୂରଣ ରାଶି ଯଥା ସମୟରେ ପହଁଞ୍ଚାଇବା ପାଇଁ ମାନ୍ୟବର ହାଇକୋର୍ଟ ଯେଉଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ସେ ସଂପର୍କରେ ଆଲୋଚନା କରିଥିଲେ I ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି I ଏହି ଆଇନ ସଚେତନତା କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ର କର୍ମଚାରୀ ଶ୍ରୀମତି ତୃପ୍ତିରାଣୀ ମହାପାତ୍ର ଓ ଶ୍ରୀ ଜନକ ମିର୍ଧା ସହଯୋଗ କରିଥିଲେ I