ପୁରା ଖବର ବିଷୟରେ



ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ରାଜ ପୋଲିସ ଅଧିକାରୀଙ୍କୁ ହତ୍ୟା ଉଦ୍ୟମ ।

Feb 14 2022 10:47AM
(ପ୍ରସାଦ ଲିମାଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଥାନା ଅନ୍ତର୍ଗତ ବିଜାପୁର ପଞ୍ଚାୟତ ସଦର ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜଙ୍ଗଲରେ ଦିନକୁ ଦିନ ଗଞ୍ଜେଇ ମାଫିଆଙ୍କ ଦୀର୍ଘ ଦିନର ରାଜ ଅସହ୍ୟ ହୋଇପଡିଲେ ଚନ୍ଦ୍ରପୁର ପୋଲିସ ପ୍ରଶାସନ । ଗତ କିଛଦିନ ହେଲା ପୋଲିସ ପକ୍ଷରୁ ଗଞ୍ଜେଇ ଚୋରା ଚାଲାଣ ଉପରେ ଜୋର୍ ଦାର ତନଖି ଜାରି ରଖିଥିବା ବେଳେ ରାୟଗଡ଼ା ଜିଲ୍ଲାର ଶହଶହ କୁଇଁଟାଲ ଗଞ୍ଜେଇ ବାଇକ ଠାରୁ ଆରମ୍ଭ କରି ଟ୍ରକ ଟ୍ରକ ଗଞ୍ଜେଇ ଚତୁରତାର ସହ ଧରିବାରେ ସଫଳତା ହାସଲ କରିଥିବା ଗଞ୍ଜେଇ ଧରା କୁହୁକ ବିଦ୍ୟାଧାରୀ ସୁନାମଧନ୍ୟ ପୋଲିସ ଅଧିକାରୀ ବିଷମକଟକ ଏସଡିପିଓ ଶ୍ରୀ ଆକାଶ ଚନ୍ଦ୍ର ସାହୁ ଓ ଚନ୍ଦ୍ରପୁର ଥାନା ଭାରାପ୍ରାପ୍ତ ଅଧିକାରୀ ଶ୍ରୀ ମୁକୁନ୍ଦ ନାୟକ ଓ ପୋଲିସ କର୍ମଚାରୀ ମାନଙ୍କୁ ନେଇ ସରକାରୀ କର୍ଯ୍ୟରେ ବିଜାପୁର ଯାଇଥିଲେ ।ବିସ୍ଵସ୍ଥ ସୂତ୍ରରୁ ଖବର ପାଇ ଜଙ୍ଗଲ ଯାଇ ଜାଲ ବୁଣିଥଲେ,ଅପର ପକ୍ଷରୁ ଏକ ପିକପ୍ ଭ୍ୟାନ ଓଡି.ଏ.ଏସ.୬୭୯୬ ନଂମ୍ବର ଥାଇ ଦ୍ରୁତ ଗତିରେ ଆସୁଥିବା ଦେଖିବାକୁ ମିଳିଥିଲା । ଉକ୍ତ ଗାଡିକୁ ଅଟକାଇବାକୁ ଚେଷ୍ଟା କରିବା ସମୟରେ ଗଞ୍ଜେଇ ମାଫିଆମାନେ ପୋଲିସ ଅଧିକାରୀଙ୍କୁ ଗାଡ଼ି ଚଢାଇ ଦେବାକୁ ଚେଷ୍ଟା କରିଥିଲେ ହେଁ ଅଧିକାରୀ ଚତୁରତାର ସହିତ ରାସ୍ତା କଡ଼କୁ ଘୂଞ୍ଚିଯାଇ ଗାଡିକୁ ପିଛା କରିଥିବାରୁ ପୋଲିସକୁ ପାଲଟା ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ । ହେଲେ ଅଧିକାରୀ ଶ୍ରୀ ସାହୁ ଓ ଶ୍ରୀ ନାୟକଙ୍କ ଗୋଡ଼ରେ ଆଘାତ ପାଇଥିଲେ ମଧ୍ୟ କର୍ତ୍ତବ୍ୟ,ନିଜର ଓ ଟିମର‌ ଜୀବନ ରକ୍ଷା ନିମନ୍ତେ ଗୁଳି ବିନିମୟ କରି ଗଞ୍ଜେଇ ବୋଝେଇ ଗାଡ଼ି ସହ ଦୁଇଜଣ ଗଞ୍ଜେଇ ମାଫିଆଙ୍କୁ କାବୁ କରି ଧରିବାରେ ସଫଳତା ହାସଲ କରିଥିଲେ । ଏଥିନେଇ ଗଞ୍ଜେଇ ବୋଝେଇ ଗାଡିକୁ ଜବତ କରିବା ସହ ଏଥିରେ ସଂପ୍ରୁକ ଦୁଇ ଜଣ ମାଫିଆଙ୍କ ନାମରେ ବିଭିନ୍ନ ମାମଲାରେ ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି । ପୋଲିସର ଏପରି ସାହାସୀକତାକୁ ସାଧାରଣରେ ପ୍ରଶଂସାର ସୁଅ ଛୁଟିଥିଲା ।