ପୁରା ଖବର ବିଷୟରେ



ବିପୁଳ ପରିମାଣର ବିଦେଶୀ ମଦ ଜବତ ୦୩ ଗିରଫ

Feb 13 2022 7:29PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ରେ ଅବକାରୀ ଅଧିକ୍ଷକ ଶ୍ରୀ ପ୍ରଦୀପ୍ତ କୁମାର ଦାସଙ୍କ ନିର୍ଦ୍ଦେଶକ୍ରମେ ଓ ଅବକାରୀ ନିରୀକ୍ଷକ ଶ୍ରୀ ଧନେଶ୍ୱର ବରାଡ଼ଙ୍କ ନେତୃତ୍ୱରେ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ଧାମନଗର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ପ୍ରହଲ୍ଲାଦ ସାମଲ ଓ ଷ୍ଟାଫମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି, ସରସଦା, ରଣାଡିହ ଓ ଭଣ୍ଡାରିପୋଖରୀ ବଜାର ଏବଂ ଧାମନଗର ଥାନା ଅନ୍ତର୍ଗତ ବାରିକପୁର ବଜାର ଅଞ୍ଚଳରେ ଚଢାଉ କରାଯାଇ ୩୩.୬୬୦ ଲିଟର ବିଦେଶୀ ମଦ ଜବତ କରିବା ସହିତ ଏଥିରେ ସମ୍ପୃକ୍ତ ମୋଟ ୦୩ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ମାନେ ହେଲେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ପାଟୁଳି ଗ୍ରାମର ଦିଲ୍ଲୀପ ଜେନା ଓରଫ କାଳିଆ, ସରସଦା ଗ୍ରାମର ଆନନ୍ଦ ଜେନା ଏବଂ ଧାମନଗର ଥାନା ଅନ୍ତର୍ଗତ ବରପଦି ଗ୍ରାମର ସତ୍ୟରଞ୍ଜନ ଦାସ ଓରଫ ବୁଲା । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ବ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଉକ୍ତ ଚଢାଉରେ ଏ.ଏସ୍‌.ଆଇ ପୁରୁଷୋତ୍ତମ ମଲ୍ଲିକ ଓ ନନ୍ଦୁ ନାୟକ, କନେଷ୍ଟବଳ ପ୍ରଦୀପ ମଲ୍ଲିକ, ଅଜିତ କୁମାର ସିଙ୍କୁ, ରମେଶ ନାୟକ, ଅନବାଦିତ୍ୟ ବାରିକ, ଜେମାମଣି ଜାମୁଡା ପ୍ରଭୃତି ସାମିଲ ଥିଲେ । ଏନେଇ ଧାମନଗର ଅବକାରୀ ଥାନା ପକ୍ଷରୁ ୦୩ ଗୋଟି ମାମଲା ରୁଜ୍ଜୁ କରାଯାଇଛି । ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ମଦମୁକ୍ତ କରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଜୋରଦାର ଚଢ଼ାଉ କରାଯାଉଛି । ଅବକାରୀ ବିଭାଗର ଏପରି ପଦକ୍ଷେପକୁ ସାଧାରଣତଃ ବୁଦ୍ଧିଜୀବୀ ମହଲରୁ ପ୍ରଶଂସାର ହୁଅ ଛୁଟି ଆସୁଥିବାର ସୂଚନା ମିଳିଛି।