ପୁରା ଖବର ବିଷୟରେ



ରାୟଗଡା ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟର ଛାତ୍ର ବର୍ତମାନ ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ

Feb 12 2022 6:04AM
(ରାୟଗଡା ରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ (ଜିଲ୍ଲା) ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟ ର ୧୯୭୮ ମସିହା ର ମାଟ୍ରିକ ବ୍ୟଚର ସବୁ ଠାରୁ ଅଧିକ ନମ୍ବର ପାଇଥିବା ସଫଳତମ ଛାତ୍ର ଶ୍ରୀଯୁକ୍ତ ଶିଶିର କୁମାର ରଥ (IFS)ବର୍ତମାନ ଓଡିଶାର ପ୍ରଧାନ ମୁଖ୍ୟ ବନ ସଂରକ୍ଷଣ (PCCF) ଙ୍କ ସଂମାନାତର୍ଥ ଏକ ସଭା ର ଆୟୋଜନ କରାଯାଇଥିଲା । ଏହି ସଭାରେ ଜିଲ୍ଲାର ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀଯୁକ୍ତ ଭଜନଲାଲ ମାଝୀ (OES-I) ସଭାପତି ଆସନ ଅଳଙ୍କୃତ କରିଥିଲେ.. ବିଦ୍ୟାଳୟ ର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶଶୀଭୂଷଣ ପଟ୍ଟନାୟକ ସ୍ୱଗତ ସମ୍ଭାଷଣ ଦ୍ୱାରା ସଭାକାର୍ଯ୍ୟ ଆରମ୍ଭ କରିଥିଲେ ଏହି ସଭାରେ ମୁଖ୍ୟ ଅତିଥି ଶ୍ରୀ ରଥ ସେ ସମୟ ର ଶିକ୍ଷକଙ୍କୁ ପୁଷ୍ପଗୁଛ ଓ ଉପଢଙ୍କନ ଦେଇ ସନମାନୀତ କରି ଥିଲେ ଓ ବର୍ତମାନ ର କୃତି ଛାତ୍ର ଛାତ୍ରୀଙ୍କୁ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ . ଶ୍ରୀଯୁକ୍ତ ଶିଶିର କୁମାର ରଥ ସେଦିନର ବିଦ୍ୟାଳୟ ର ଶିକ୍ଷାଦାନ ତଥା ନିଜ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ. ଛାତ୍ର ଛାତ୍ରୀ ମାନଙ୍କୁ ଉଦବୋଧନ ଦେଇ ନିଜ ଚରିତ୍ର ଗଠନ ପାଇଁ ଆହ୍ୱାନ ଦେଇ ଥିଲେ। ଛାତ୍ରଛାତ୍ରୀ ମାନଙ୍କ ପାଇଁ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ପିଲାମାନଙ୍କ ଠାରେ ସଚେତନତା ସୃଷ୍ଟି କରିଥିଲେ । ମୁଖ୍ୟଅତିଥିଙ୍କୁ ଧନ୍ୟବାଦ ପ୍ରସ୍ଥାବ ଦ୍ୱାରା ସଭା ସାଙ୍ଗ କରାଯାଇଥିଲେ ଏହି ସଭାରେ ଜଙ୍ଗଲ ବିଭାଗ RCCF, DFO, ACF, ରେଞ୍ଜର, ଫୋରେଷ୍ଟର, ଫୋରେଷ୍ଟଗାଡ଼ ମଧ୍ୟ ଉପସ୍ଥିତ ରହିଥିଲେ.