ପୁରା ଖବର ବିଷୟରେ



କୃଷି ବିଜ୍ଞାନ କେନ୍ଦ୍ର , ରାୟଗଡାର ୧୭ ତମ ବୈଜ୍ଞାନିକ ଉପଦେଷ୍ଠା ମଣ୍ଡଳୀ ବୈଠକ ଅନୁଷ୍ଠିତ ।

Feb 9 2022 12:01PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) କୃଷି ବିଜ୍ଞାନ କେନ୍ଦ୍ର , ରାୟଗଡ଼ା କନଫରେନ୍ସ ହଲ୍ ରେ ୧୭ ତମ ବୈଜ୍ଞାନିକ ଉପଦେଷ୍ଠା ମଣ୍ଡଳୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ସଂପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ଡ଼ଃ ପ୍ତସନ୍ନଜୀତ ମିଶ୍ର ଅଧ୍ୟକ୍ଷତା କରି ବହୁ ଉପାଦେୟ ତଥ୍ୟ ବ୍ୟକ୍ତ କରିଥିଲେ । ଯେପରିକି ଆଗାମୀ ଦିନରେ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହେବା ସହିତ କୃଷକ ମାନଙ୍କର ଆୟବୃଦ୍ଧିରେ ସହାୟକ ହୋଇପାରିବ । ଏହି ବୈଠକରେ ସମ୍ମାନିତ ଅତିଥି ଭାବେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଶ୍ରୀ ଦୁମାସନ ପ୍ରହରାଜ ଯୋଗ ଦେଇ ନିଜର ସୂଚୀନ୍ତିତ ପରାମର୍ଶ ବ୍ୟକ୍ତ କରିଥିଲେ । ଏହି ବୈଠକରେ ପ୍ରମୁଖ ବୈଜ୍ଞାନିକ ଡଃ ଡି.ସି.ସାହୁ , ସୁନାବେଡ଼ା , କୋରାପୁଟ ଯୋଗୋଦେଇ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ କିପରି ଅଧିକ ଲୋକାଭିମୁଖି ହୋଇପାରିବ ସେ ବିଷୟରେ ଗବେଷଣାତ୍ମକ ତଥ୍ୟ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶ୍ରୀ ପ୍ରଦୀପ କୁମାର ପଟ୍ଟନାୟକ ପ୍ରକଳ୍ପ ନିର୍ଦ୍ଦେଶକ , ଜଳଛାୟା , ରାୟଗଡ଼ା , ଶ୍ରୀ ଜଗନ୍ନାଥ ବିନ୍ଦାଣୀ , ଭାରାପ୍ରାପ୍ତ ଉଦ୍ୟାନ କୃଷି ନିର୍ଦ୍ଦେଶକ , ରାୟଗଡ଼ା , ଶ୍ରୀ ଧୀରେନ୍ଦ୍ର ବିହାରୀ , ଏଲ.ଡି. ମ୍ , ଶ୍ରୀ ଏସ କେ ସାମଲ , ଡି.ଡି.ମ୍ ରାୟଗଡ଼ା, ଡ଼ଃ ରାମାରାଓ ପାଲ୍ ଉପଖଣ୍ଡ ସ୍ତରୀୟ ପ୍ରାଣୀ ଅଧିକାରୀ , ଗୁଣୁପୁର , ଶ୍ରୀ ବିଷ୍ଣୁ ପ୍ରସାଦ ସାହୁ , ଜିଲ୍ଲା କୃଷି ଅଧିକାରୀ , ଗୁଣୁପୁର ପ୍ରମୁଖ ଯୋଗୋଦନ କରି ନିଜ ନିଜର ସୁଚିନ୍ତିତ ପରାମର୍ଶ ମାନ ଦେଇଥିଲେ । ଏହି ଅବସରରେ ଶ୍ରୀ ରାଜୀବ ଟୁଡୁ , ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ , କୃଷି ବିଜ୍ଞାନ କେନ୍ଦ୍ର , ରାୟଗଡ଼ା ନିଗତ ବର୍ଷ - ରବି ଓ ଚଳିତ ବର୍ଷ - ଖରିଫ (୨୦୨୧-୨୨) ର କାର୍ଯ୍ୟକ୍ରମର ସଫଳତା ପ୍ରଦର୍ଶନ କରିବା ସହିତ ରବି (୨୦୨୨) ର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ବୈଠକରେ ଉପସ୍ଥିତ ଚାଷୀ ସଦସ୍ୟ ଓ ସଦସ୍ୟା ମାନେ ମଧ୍ୟ ଯୋଗୋଦେଇ କୃଷି ବିଜ୍ଞାନ କେନ୍ଦ୍ରର କାର୍ଯ୍ୟକ୍ରମ କିପରି ଅଧିକ ଉପାଦେୟ ହୋଇପାରିବ , ସେଥି ଉପରେ ମତାମତ ଦେଇଥିଲେ । ଏହି ଅବସରରେ କୃଷି ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରକାଶିତ ତ୍ରୟ ମାସିକ ସମାଚାର ପତ୍ରିକା (ବଂଶଧାରା) ଓ ମହୁଚାଷ ସମ୍ପଦିୟ ପୁସ୍ତକ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୃଷି ବିଜ୍ଞାନ କେନ୍ଦ୍ରର ସମସ୍ତ କର୍ମଚାରୀ ପରିଚାଳନା କରିବାରେ ସହଯୋଗ କରିଥିଲେ ।