ପୁରା ଖବର ବିଷୟରେ



ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ବ୍ଲକ ସ୍ତରୀୟ ତାଲିମ ଶିବିର ଅନୁଷ୍ଠିତ ।

Feb 9 2022 12:17AM
(ରିପୋର୍ଟ : ପ୍ରସାଦ ଲିମା) କୋଭିଡ଼ି କଟକଣା ମଧ୍ୟରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନିମନ୍ତେ ସେକ୍ଟର ଅଫିସର, ପ୍ରିଜାଇଡିଂ ଅଫିସର ଏବଂ ଫାଷ୍ଟ ପୁଲିଂ ଅଫିସର ମାନଙ୍କୁ ନେଇ ରାୟଗଡ଼ା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ସଦର ମହକୁମା ସ୍ଥିତ ସରକାରୀ (SSD)ବାଳିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡାରିରେ ତିନିଗୋଟି ଶ୍ରେଣୀ ଗୃହରେ ବ୍ଲକର ୨୪୦ ଜଣ ଶିକ୍ଷକ ଓ ବ୍ଳକ କର୍ମଚାରୀ ମାନଙ୍କୁ ନେଇ ଏକ ଦିନିକିଆ ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା ।ଉକ୍ତ ତାଲିମ ଶିବିର ତିନିଗୋଟି ଶ୍ରେଣୀ କକ୍ଷରେ ତାଲିମ ପ୍ରଦାନ କରାଯାଇଥିବା ବେଳେ ପ୍ରତି କକ୍ଷରେ ୮୦ ଜଣ ଲେଖାଏଁ ଅଫିସର ଅଂଶ ଗ୍ରହଣ କରିଥିଲେ ।ଏହି ଅବସରରେ ମାଷ୍ଟର ତାଲିମ ପ୍ରଶିକ୍ଷଣ ଦାତା ଭାବେ ପ୍ରଥମ କକ୍ଷରେ ଗୁଡାରି ବିଡ଼ିଓ ଶ୍ରୀ ନୃସିଂହ ଚରଣ ସେଠୀ, ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ଶର୍ମା,ଦ୍ଵିତୀୟ କକ୍ଷରେ ଭାରପ୍ରାପ୍ତ ତହସିଲଦାର ଶ୍ରୀ ଫର୍ଡିନାଣ୍ଡ ଏକ୍କା ଓ ବିପିଏମ୍ ଶ୍ରୀ ମାନସ ରଞ୍ଜନ ବାରିକ ଏବଂ ତୃତୀୟ କକ୍ଷରେ ଟି. ସୁରିନାରାୟଣ ଓ AE ନିଳାଞ୍ଚଳ ପଣ୍ଡା ଉପସ୍ଥିତ ରହି ଅଫିସର ମାନଙ୍କୁ ନିର୍ବାଚନ ସଂକ୍ରାତୀୟ ତାଲିମ ପ୍ରଦାନ କରିଥିବା ବେଳେ ଗୁଡାରି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ସଞ୍ଜୟ କୁମାର ନାୟକ ଉପସ୍ଥିତ ରହି ସୁରକ୍ଷା ପ୍ରଦାନ କରିଥିଲେ । ତାଲିମ ପ୍ରଦାନ ପୂର୍ବରୁ ଯୋଗ୍ୟ ବିବେଚିତ ଅଫିସର ମାନଙ୍କୁ ବୁଷ୍ଟର ଡୋଜ୍ ପ୍ରଦାନ କରାଯାଇଥିଲା ।ଉକ୍ତ ତାଲିମ ଶିବିର କୋଭିଡ଼ି କଟକଣା ମଧ୍ୟରେ ସମ୍ପାଦନା କରାଯାଇଥିଲା ।