ପୁରା ଖବର ବିଷୟରେ



କାଲିମେଳା ଜୋନ -୧ ରେ ବିଜେଡି ପ୍ରଚାର

Feb 8 2022 10:12PM
(ମାଲକାନଗିରିର ଅମଳ କୁମାର ମଣ୍ଡଲ କଂ ରିପୋର୍ଟ) ମାଲକାନଗିରି ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନୀ ପ୍ରଚାର ସବୁ ଦଳର ଜୋର ଧରିଛି। ଆଜି ଏମଭି - ୭୯ ସଦର ସ୍ଥିତ ବିଜେଡି କାର୍ଯ୍ୟାଳୟରେ କାଲିମେଳା ଜୋନ - (୧) ଅଧୀନରେ ଥିବା ସମସ୍ତ ସାତୋଟି ଗ୍ରାମ ପଞ୍ଚାୟତ ସ୍ତରୀୟ ସଭାପତି ଓ ସକ୍ରିୟ କର୍ମୀମାନଙ୍କୁ ନେଇ କଟକ ବିଧାୟକ ତଥା ମାଲଜନଗିରି ଜିଲ୍ଲାର ପର୍ଯବେକ୍ଷକ ଚନ୍ଦ୍ର ସାରଥୀ ବେହେରାଙ୍କ ଅଧ୍ୟକ୍ଷତାରେ ଏକ ନିର୍ବାଚନୀ ପ୍ରଚାର ସମ୍ବନ୍ଧୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଜୋନ - (୧) ପ୍ରାର୍ଥୀନୀ ଅପର୍ଣ୍ଣା ମଣ୍ଡଳ କିପରି ଭାବେ ପୂର୍ଣ ସମର୍ଥନ ପାଇ ବିଜୟୀ ହେବେ ସେନେଇ ଶ୍ରୀ ବେହେରା ଉପସ୍ଥିତ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଥିଲେ। ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସହ ପର୍ଯବେକ୍ଷକ ପ୍ରକାଶ ଡାଙ୍ଗ ଓ ରଘୁରାମ ମାଛ, ବରିଷ୍ଠ ବିଜେଡି ନେତା ପ୍ରଭାକର ହନ୍ତାଳ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଲତା ମଣ୍ଡଳ, ବିଶ୍ୱନାଥ ରେଡ୍ଡୀ, ପରିତୋଷ ସରକାର, ଦୀପକ ଦତ୍ତ, ନିତାଇ ଦେ, ମଣିମୋହନ ଗୋଲଦାର, ଜଗଦୀଶ ଢାଲି, ଶ୍ୟାମଲ ବିଶ୍ୱାସ ଓ ବିକି ଵାଲା ପ୍ରମୁଖ ଉପସ୍ଥିତ ଥିଲେ। ସମ୍ମିଳନୀର ସମାପ୍ତ ପରେ ବିଜେଡି ପ୍ରାର୍ଥୀନୀ ଅପର୍ଣ୍ଣା ମଣ୍ଡଳଙ୍କୁ ନେଇ ପ୍ରଭାକର ହାନ୍ତାଳଙ୍କ ନେତୃତ୍ୱରେ ଏକ ବିଶାଳ ରାଲିରେ କର୍ମୀମାନେ ଏମଭି - ୭୯ ସହର ପରିକ୍ରମ କରି ଘରକୁ ଘର ବୁଲି ଭୋଟଭିକ୍ଷା କରିଥିଲେ।