ପୁରା ଖବର ବିଷୟରେ



ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ବାରା ଆଇନ ସଚେତନତା କାର୍ଯ୍ୟକ୍ରମ

Feb 1 2022 6:25PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ସୋମବାର ଦିନ ଅପରାହ୍ନ ଘ.୪.୦୦ମି ରେ ଅନଲାଇନ ଜରିଆରେ COVID-19 ରେ ଆକ୍ରାନ୍ତ ହେଇଥିବା ପିଡିତା ମାନଙ୍କ ପାଇଁ ସରକାରଙ୍କ ତରଫ ରୁ ଉପଲବ୍ଧ ଥିବା ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନା ସଂପର୍କ୍ତିତ ଏକ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି୤ ଏହି କାର୍ଯ୍ୟକ୍ରମ ରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଶ୍ରୀମତି ରିନା ଚୌଧୁରୀ, ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍(ପୋକ୍ସ) ଶ୍ରୀମତି ସୋନାଲି ପଟ୍ଟନାୟକ, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ମନୋରଞ୍ଜନ ଦାସ, ରେଜିଷ୍ଟର ଶ୍ରୀ ଦେବିଜ୍ୟୋତି ମହାପାତ୍ର, ମହିଳା କୋର୍ଟ ର ବିଚାରପତି ଶ୍ରୀମତି ସୋନାଲ ଶର୍ମା, ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା, ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ, ଅନୁ ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀ ଗୁରୁଚରଣ ଜେନାମଣି, ରାୟଗଡା ଜିଲ୍ଲାର ଏ.ଡି.ଏମ(ADM) ଶ୍ରୀ ସୋମନାଥ ପ୍ରଧାନ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀ ଲାଲ ମୋହନ ରାଉତରାୟ, ରାୟଗଡା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାଏକ ଙ୍କ ସମେତ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ପ୍ରମୁଖ ଉପସ୍ଥିତ ଥିଲେ ୤ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଏବଂ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମତି ଶତରୂପା ଶତପଥୀ ନିଜ ନିଜ ର ବକ୍ତବ୍ୟରେ କୋଭିଡ-୧୯ ର ଉତ୍ପତି ଓ ଏହି ରୋଗରେ ଆକ୍ରାନ୍ତ ହେଇଥିବା ବ୍ୟକ୍ତି କେଉଁ କେଉଁ ପଦକ୍ଷେପ ନେବା ଆବଶ୍ୟକ, ମାସ୍କ ର ସୁ ବ୍ୟବହାର ଏବଂ ପରିଷ୍କାର ପରିଚ୍ଛନତା ଉପରେ ବକ୍ତବ୍ୟ ରଖିଥିଲେ୤ ଏଥି ସହିତ ଜିଲ୍ଲା ପ୍ରଶାସନ ତରଫରୁ ଉପସ୍ଥିତ ଅଧିକାରୀ ମାନେ ନିଜ ନିଜର ବକ୍ତବ୍ୟରେ ଅଂଶଗ୍ରହଣ କାରୀ ମାନଙ୍କୁ କୋଭିଡ ଭିକ୍ଟିମ ମାନଙ୍କ ପାଇଁ ସରକାରଙ୍କ ତରଫରୁ ଉପଲବ୍ଧ ଥିବା ବିଭିନ୍ନ ଯୋଜନା ସଂପର୍କରେ ଅବଗତ କରାଇବା ସଙ୍ଗେ ସଙ୍ଗେ ଏହି ଯୋଜନାରେ ହିତାଧିକାରୀ ମାନେ କିପରି ନିଜକୁ ପଞ୍ଜକୃତ କରାଇ ଯୋଜନାର ସୁଫଳ ଉପଲବ୍ଧ କରିପାରିବେ ସେ ସଂପର୍କରେ ଅବଗତ କରାଇଥିଲେ ୤ ସର୍ବୋପରି ଏହି କାର୍ଯ୍ୟକ୍ରମରେ ପେନାଲ୍ ଓକିଲ ଓ ପାରା ଲିଗାଲ୍ ଭଲ୍ୟୁଣ୍ଟର ମାନଙ୍କର ଉପସ୍ଥିତି ଏବଂ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ପଣ୍ଡା ଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଏହି କାର୍ଯ୍ୟକ୍ରମଟି ସଫଳତାର ସହିତ ଶେଷ ହୋଇଛି୤