ପୁରା ଖବର ବିଷୟରେ



ନାଲକୋ ଘରୋଇ କାରଣ କୁ ଭାରତୀୟ ମଜଦୁର ସଂଘ ର ତୀବ୍ର ବିରୋଧ

Feb 1 2022 5:29PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ଓଡ଼ିଶା ରେ ପ୍ରତିଷ୍ଠା ହେଇଥିବା ଲାଭ ଦାୟକ ନବରତ୍ନ କମ୍ପାନୀ ନାଲକୋ ଘରୋଇ କରଣ ପ୍ରସ୍ତାବ ଏକ ଭୟଙ୍କର ଶ୍ରମିକ ବିରୋଧୀ ଓ ଜନ ବିରୋଧି ନିଷ୍ପତି ବୋଲି ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ କୁହାଯାଇଛି । ୪୨ ବର୍ଷ ତଳେ ପ୍ରତିଷ୍ଠିତ ଏହି ଆଲୁମିନିୟମ କମ୍ପାନୀ ନିରନ୍ତର ଲାଭ କରି ଆସିଥିବା ବେଳେ ବର୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କୁ ୪୬୦୦୦ କୋଟି ଓ ରାଜ୍ୟ ସରକାରଙ୍କୁ ୭୦୦୦ କୋଟି ଟଙ୍କା ପ୍ରଦାନ କରିଛି । ଘରୋଇ କରଣ ହେବା ଦ୍ଵାରା ବ୍ୟାପକ ଭାବେ ଶ୍ରମିକ ଛଟେଇ ଓ ଶ୍ରମିକ ଶୋଷଣ ହେବ । ଏଣୁ ଭାରତୀୟ ମଜଦୂର ସଂଘ ଓଡ଼ିଶା ପକ୍ଷରୁ ନାଲକୋ ଘରୋଇ କାରଣରୁ ତୀବ୍ର ବିରୋଧ କରିବା ସହ କେନ୍ଦ୍ର ସରକାରଙ୍କର ବିରୁଦ୍ଧରେ ଗତ ୨୩ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାଜ୍ୟ ବ୍ୟାପୀ ବିରୋଧ ପ୍ରଦର୍ଶନ କରିବା ସହ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ସରକାରଙ୍କ କରୋନାର ସମସ୍ତ ନିୟମକୁ ପାଳନ କରି ରାୟଗଡ଼ା ମାଁ କାଳୀ ମନ୍ଦିର ଠାରୁ ଏକ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ମାନ୍ୟବର ପ୍ରଧାନମନ୍ତ୍ରୀ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୋମନାଥ ପ୍ରଧାନଙ୍କୁ ଦାବି ପତ୍ର ପ୍ରଦାନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଭାରତୀୟ ମଜଦୁର ସଂଘ ର ଜିଲ୍ଲା ଉପସଭାପତି ମୋହନ ରାଓ ମାଝୀ , ଜିଲ୍ଲା ସଂପାଦକ ଖଗେଶ୍ବର ସିଂ,ସଫେଇ ମଜଦୂର ସଂଘ ର ଏମ ରାମ ବାବୁ, ଏବଂ ମଜଦୂର ସଂଘର ପ୍ରମୁଖ ଉପସ୍ଥିତ ଥିଲେ।