ପୁରା ଖବର ବିଷୟରେ



ରାୟଗଡାରେ ଶହୀଦ ଦିବସ ପାଳିତ l

Jan 31 2022 7:44AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:- ଜାତିର ଜନକ ମହାତ୍ମl ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଆଜି ଶହୀଦ ଦିବସ ପାଳିତ ହୋଇଯାଇଛି l ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଶହୀଦ ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା, ଡେପୁଟି କଲେକ୍ଟର ଶ୍ରୀ ନାରାୟଣ ମିଶ୍ର, ଜିଲ୍ଲା ସ୍ୱଳ୍ପ ସଞ୍ଚୟ ଅଧିକାରୀ ଶ୍ରୀ ଧ୍ରୁବ ଚରଣ ନାୟକ,ଜିଲ୍ଲା କ୍ରୀଡ଼ା ଅଧିକାରୀ ଶେଖ ଅଲନୁର,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଗ୍ରନ୍ଥାଗlରୀକ ଶ୍ରୀ ଡମ୍ବରୁଧର ପଣ୍ଡା, ସହ ସଂଚାଲକ ଶ୍ରୀ ସାମ୍ରାଟ ସାହୁ,ସହକର୍ମୀ ଶ୍ରୀକାନ୍ତ ବିଶ୍ୱାଳ, ରାଜେନ୍ଦ୍ର ଦୋରl ଓ ଅଗ୍ନିସମ୍ମ ବିଭାଗର ଆଗ୍ନେୟକ ମାନେ ଯୋଗଦାନ କରି ଶହୀଦ ମାନଙ୍କୁ ଉଦ୍ଧେଶ୍ୟରେ ନିରୋବ ପ୍ରାର୍ଥନା ଓ ଗାନ୍ଧିଜୀଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ l ଅଗ୍ନିସମ୍ମ ବିଭାଗର ତରଫରୁ ନିରୋବ ପ୍ରାର୍ଥନା ପୂର୍ବରୁ ଓ ପରେ ୨ଥର ସାଇରନ ଦିଆଯାଇଥିଲା l ସେହିପରି ଉପଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନନ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟରେ ,ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନେତୃତ୍ୱରେ ତାଙ୍କ କାର୍ଯ୍ୟାଳୟ ପରିସରରେ ,ଜିଲ୍ଲାର ବିଭିନ୍ନ ବିଭାଗମାନଙ୍କରେ କୋଭିଡ ଗାଇଡାନ୍ସ ମାନି ସୀମିତ କର୍ମଚାରୀଙ୍କୁ ନେଇ ପାଳନ କରାଯାଇଛି l ପୌରପାଳିକା ତରଫରୁ ସ୍ଥାନୀୟ ଗାନ୍ଧୀ ପ୍ରମୋଦ ଉଦ୍ୟାନ ଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରାଯାଇଥିଲା l