ପୁରା ଖବର ବିଷୟରେ



ଇଣ୍ଡିଆ ବୁକ ଅଫ ରେକର୍ଡ ରେ ଏକ ଘଣ୍ଟା ରେ 7ଶହ ଶ୍ଳୋକ ଅନରଗଳ ଗାଇ ଶ୍ରେଷ୍ଠ ସ୍ଥାନ ହାସଲ କରିଥିବା ନଅ ବର୍ଷ ର କୁନିଝିଅ ପରିରୂପା,

Jan 30 2022 6:20AM
ବେଦ ଉପନିଷଦ କୁ କରାୟତ କରିବାକୁ ବଡ଼ ବଡ଼ ଶାସ୍ତ୍ରବିଜ୍ଞ ମାନେ ଅକ୍ଳାନ୍ତ ପରିଶ୍ରମ କରି ସଫଳ ହୋଇ ପାରୁ ନଥିବା ବେଳେ, ଏକ ୯ ବର୍ଷର କୁନି ଝିଅ ଏକ ଘଣ୍ଟାରେ ୭୦୦ ଶ୍ଳୋକ ଉଚ୍ଚାରଣ କରି India book of Records କରିଛନ୍ତି । ମୟୁରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଶିମିଳିପାଳ ପାଦ ଦେଶରେ ତଥା ଉଦଳା ବ୍ଲକ ଅନ୍ତର୍ଗତ କୁଣ୍ଡାବାଇ ଗ୍ରାମପଞ୍ଚାୟତ ଅଧିନସ୍ଥ ବଳଭଦ୍ର ପୁର ଗ୍ରାମର ତପନ୍ ମହାନ୍ତ ଓ ମମତା ମହାନ୍ତଙ୍କ ଔରସରୁ ଜନ୍ମିତ ସୁପୁତ୍ରୀ ପରିରୁପା ମହାନ୍ତ ପାଇଛନ୍ତି ଏହି ସଫଳତା, ପୁରସ୍କୃତ ମଧ୍ୟ ହୋଇଛନ୍ତି, କରୋନା ମହାମାରୀର ଲକଡାଉନ ସମୟରେ ସ୍କୁଲ ବନ୍ଦ ରହୁ ଥିବାରୁ ଘରେ ରହି ବିଦ୍ୟା ଅଧ୍ୟୟନ କରୁଥିଲେ ନଅ ବର୍ଷର କୁନି ଝିଅ ପରି ରୁପା, ଘରେ ଠାକୁରଙ୍କ ନିକଟରେ ମାଆ ପ୍ରତେକ ଦିନ ଗୀତl ପାଠ କରୁ ଥିବା ବେଳେ,ମାଆଙ୍କ ଠାରୁ ଗିତା ଶୁଣି ନିଜେ ମଧ୍ୟ ଆବୃତ୍ତି କରିବା ଆରମ୍ଭ କରିଥିଲେ ପରି ରୁପା,।ପରିରୁପା ର ସ୍ମରଣ ଶକ୍ତି ଅତି ତୀକ୍ଷ୍ଣ ଯୋଗୁଁ ସେ ଏବେ ସମ୍ପୁର୍ଣ୍ଣ ଭାଗବତ ଗିତା ବହି ନଦେଖି ମଧ୍ୟ ଆବୃତ୍ତି କରିପାରିଛନ୍ତି ।ଏକ ଘଣ୍ଟା ମଧ୍ୟରେ ସାତଶହ ଶ୍ଳୋକର ଉଚ୍ଚାରଣ କରି ସର୍ବ ଭାରତୀୟ ସ୍ତରରେ ଦିଲ୍ଲୀ ରେ ଆୟୋଜିତ ହୋଇଥିବା ସର୍ବ ଭାରତୀୟ ସ୍ତରରେ ପ୍ରତିଯୋଗିତାରେ ରେକର୍ଡ କରି ଖାଲି ମୟୁରଭଞ୍ଜ ପାଇଁ ନୁହଁ ସମଗ୍ର ଓଡିଶା ପାଇଁ ଗୌରବ ହାସଲ କରିଛନ୍ତି l