ପୁରା ଖବର ବିଷୟରେ



ଉଦଳା ବନବିଭାଗ ଦ୍ୱାରା ବିପୁଳ ମାତ୍ରା ରେ ଶାଗୁଆନ କାଠ ବୋଝେଇ ଗାଡ଼ି ସହିତ, ଚାଳକ ସମେତ ଭୁଜାଲି ହେଲା ଯବଦ

Jan 30 2022 6:07AM
ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ଓ ନିକଟସ୍ଥ ଜଙ୍ଗଲ ମାନଙ୍କରୁ ଚୋରା କାଠ ମାଫିଆ ମାନେ ବନ ବିଭାଗକୁ ଚକମା ଦେଇ ସକ୍ରିୟ ହୋଇ ଜଙ୍ଗଲରୁ ଗଛ କାଟି ପଡୋଶୀ ଜିଲ୍ଲା ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା କୁ ଚାଲାଣ କରୁ ଥିବା ବେଳେ, ଚୋରା ଚାଲାଣ କୁ ରୋକିବାପାଇଁ ଜଙ୍ଗଲ ବିଭାଗ ତାର ପେଟ୍ରୋଲିଙ୍ଗକୁ କଡା କଡ଼ି କରିଛି, ଶିମିଳିପାଳ ଜଙ୍ଗଲରୁ ବାଲେଶ୍ୱର ଜିଲ୍ଲା ଅଞ୍ଚଳ କୁ ଚୋରା କାଠ ଚାଲାଣ ହେଉ ଥିବାର ସୂଚନା ଆଧାରରେ ଉଦଳା ବନ ବିଭାଗର ରେଞ୍ଜର ଅରୁଣ କୁମାର ବେହେରା, ନିଜର କାର୍ଯ୍ୟରତ ଫରେଷ୍ଟର ଅଶୋକ କୁମାର ମାଝୀ, ଫରେଷ୍ଟ ଗାର୍ଡ ଅନନ୍ତ ଚରଣ ରାଉତ, ଅନନ୍ତ ନାରାୟଣ ଚୌଧୁରୀ, ଅଜୟ କୁମାର ସାହୁ,ମାନସ କୁମାର ବେହେରା, ଯଦୁନାଥ ସିଂ,ସମ୍ୟ ସୁଚରିତା ମହାପାତ୍ର ଙ୍କୁ ସାଙ୍ଗରେ ନେଇ ଉଦଳା ଶାଳମୁଣ୍ଡୁଳି ରାସ୍ତାରେ ପେଟ୍ରୋଲିଙ୍ଗ କୁ କଡା କଡ଼ି କରି ଥିଲେ,ସଜନାଗଡ ଅଞ୍ଚଳର ଜୟନ୍ତ ଦାସ ଓରଫ ଚିନୁ ନାମକ ବ୍ୟକ୍ତିର TATA Di OR 02BL-9107 ନମ୍ବର ବିଶିଷ୍ଟ ଗାଡ଼ିରେ ଶାଗୁଆନ ଗଛର ଲକ୍ ଯାଉଥିବା ବେଳେ ସୂଚନା କ୍ରମେ ଉଦଳା ବନବିଭାଗ ଗୁଧିମରା ପଡିଆ ନିକଟରେ ଗାଡ଼ିକୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ କାଠ ବୋଝେଇ ଗାଡ଼ି ବନବିଭାଗ ଗାଡ଼ିକୁ ଧକ୍କା ଦେଇ ଖସିଯିବାକୁ ଚେଷ୍ଟା କରି ବିଫଳ ହୋଇଥିଲା । ବନବିଭାଗ ଗାଡ଼ିକୁ ଧକ୍କା ଦେଇ ଚାଳକ ଗାଡି ଛାଡି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ବନଵିଭାଗର କର୍ମଚାରୀ ତାକୁ କାବୁ କରିଥିବା ବେଳେ ତାନିକଟରୁ ଏକ ଭୁଜାଲି ଯବଦ କରିଛି ବନବିଭାଗ । ଗିରଫ ହୋଇଥିବା ଚାଳକ ବାଲେଶ୍ଵର ଜିଲ୍ଲାର ସଜନାଗଡ ଅଞ୍ଚଳ ର ମାନସ କୁଅଁର, ପିତା ମହେନ୍ଦ୍ର କୁଅଁର ବୋଲି ପ୍ରକାଶ କରିଛି ।ଧରା ପଡ଼ିଥିବା ସାଗୁଆନ କାଠର ମୂଲ୍ୟ 70/80ହଜାର ରୁ ଅଧିକ ହେବ ବୋଲି ସୂଚନା ମିଳିଛି l ଅଭିଯୁକ୍ତ ଗାଡି ଚlଳକକୁ ଗିରଫ କରି ଉଦଳା ବନବିଭାଗର କାର୍ଯ୍ୟାଳୟକୁ ଆଣି ଅଭିଯୁକ୍ତ ବିରୁଦ୍ଧରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ବନ ବିଭାଗ, ବନ ବିଭାଗର ପେଟ୍ରୋଲିଙ୍ଗ ରେ ଚୋରା ଶାଗୁଆନ କାଠ ଜବଦ ହୋଇ ଥିବାରୁ ବିଭାଗକୁ ଅଞ୍ଚଳରେ ପ୍ରଶଂସା କରା ଯାଇଛି