ପୁରା ଖବର ବିଷୟରେ



ଜିଲ୍ଲା ପରିଷଦ (ଖ) ଜୋନର ପାର୍ଥୀ ଘର ଘରକୁ ଯାଇ କରୁଛନ୍ତି ନିର୍ବାଚନ ପ୍ରଚାର

Jan 29 2022 7:15PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ରାୟଗଡ଼ା ବ୍ଲକ ଅନ୍ତର୍ଗତ (ଖ) ଜୋନ ପାଇଁ ମାଲିଗୋଉଁ ପଞ୍ଚାୟତରେ ଆଜି ସକାଳ ବି ଜେ ଡି ପାର୍ଥି ଶ୍ରୀମତୀ ସନ୍ଧ୍ୟାରାଣୀ ସାରକା ମାଲିଗୋଉଁ ପଞ୍ଚାୟତର ଘର ଘରକୁ ଯାଇ ନିର୍ବାଚନ ପ୍ରଚାର ପ୍ରସାର କରିଥିଲେ।ସେ ଜଣେ ଶିକ୍ଷିତ ସ୍ତ୍ରୀ ବିଜେଡ଼ି ପାର୍ଟିର କାର୍ଯ୍ୟକର୍ତ୍ତା। ମାଲିଗ୍ରାମର ଓ କନ୍ଧ ମାଲିଗୋଉଁ ପ୍ରତ୍ୟେକ ଘରକୁ ଯାଇ ପ୍ରତ୍ୟେକ ମାଲିଗୋଉଁ ବାସିନ୍ଦା ମାନଙ୍କ ମାଲିଗୋଉଁ ସର୍ବାଙ୍ଗୀନ ଉନ୍ନତି ପାଇଁ ସେମାନଙ୍କୁ ମତଦାନ ସାବ୍ୟସ୍ତ କରିବାକୁ ଅନୁରୋଧ କରିଥିଲେ। ଆଗାମୀ ଦିନରେ କନ୍ଧ ମାଲିଗୋଉଁ ସମସ୍ତ ଉନ୍ନୟନ କାମ ସଠିକ୍ ଭାବେ ଓ ଗ୍ରାମବାସୀଙ୍କ୍ ସମସ୍ୟା ସମାଧାନ କରିବି ବୋଲି ଅlଶ୍ଵସନ୍ ଦେଇଥିଲେ। ଏହି କାର୍ଯ୍ୟକ୍ରମ ରାଜ୍ୟ ସଭା ସାଂସଦ ଶ୍ରୀ ଏନ ଭାସ୍କର ରାଓ ବାବୁଙ୍କ ନିର୍ଦ୍ଦେଶ କ୍ରମେ ବିଜୁ ଜନତା ଦଳର ସହାମ୍ପଦକ୍ ଶ୍ରୀ ଚନ୍ଦ୍ରକାନ୍ତ ସାମଲ, କାଶୀ ନାଇଡୁ , ଗଙ୍ଗlରlଜୁ ବାବୁ ଏବଂ ଅନ୍ୟ ବିଜେଡ଼ି ପାର୍ଟିର ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ।