ପୁରା ଖବର ବିଷୟରେ



4th ବେଟାଲିଓନ ସି ଆର ପି ଏଫ ରାୟଗଡା ତରଫରୁ ଜନ ସମ୍ପର୍କ ଶିବିର ଆୟୋଜିତ

Jan 29 2022 7:11PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ଆଜି ରାୟଗଡ଼ା ଜିଲ୍ଲାର ଶେଷଖାଲ ଗ୍ରାମ ପଞ୍ଚାୟତର ଶେଷଖାଲ ଥାନା ଅଧିନରେ ଥିବା 4th ବେଟାଲିଓନ ସି ଆର୍ ପି ଏଫ୍ ଶିବିରରେ ଜନ ସଂପର୍କ କାର୍ଯ୍ୟକ୍ରମ ଆୟୋଜିତ ହୋଇଯଇଛି। ଏହି କାର୍ଯ୍ୟକ୍ରମରେ ଗଜିଗୋଉଁ , ଶେଷଖାଲ, ବୈରାଗୀ ହାଲୁଆ, ଯେମାଦେଈ ପେଣ୍ଠ ଓ କେରାଡା ପଞ୍ଚାୟତ ଗୁଡ଼ିକର ବାସିନ୍ଦାଙ୍କୁ 4th ବେଟାଲିଓନ ସି ଆର ପି ଏଫ୍ ତରଫରୁ ସୋଲାର ଲାଇଟ୍ (ଲଣ୍ଠନ) ଓ ଫିଲିପ୍ସ ରେଡିଓ ପୁରସ୍କାର ବିତରଣ କରାଯାଇଥିଲା। କୋଭିଡ୍ ନିୟମ ଅନୁାୟୀ ବିତରଣ କରାଯାଇଥିଲା । ଓଡ଼ିଶା ସେକ୍ଟରର ଇନ୍ସପେକ୍ଟର ଅଫ ଜେନେରାଲ ପୋଲିସ ଶ୍ରୀ ଏସ କେ ମହାନ୍ତି ନିର୍ଦ୍ଦେଶ କ୍ରମେ ଏହି ଜନ ସମ୍ପର୍କ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ଯେହେତୁ ଏହି କାର୍ଯ୍ୟକ୍ରମ ଭାରତ ସରକାରଙ୍କ ଅଧିନରେ ଆସେ ଏହି କାର୍ଯ୍ୟକ୍ରମରେ ଶ୍ରୀ ମନୋଜ୍ କୁମାର ୟାଦବ କମାଣ୍ଡେଣ୍ଟ 4th ବେଟାଲିଓନ ସି ଆର ପି ଏଫ୍ ଓ ଶ୍ରୀ ସୁଶୀଲ କୁମାର ଠାକୁର ସେକେଣ୍ଡ ଇନ୍ କମଣ୍ଡେଣ୍ଟ ଉପସ୍ଥିତ ରହି ପୁରସ୍କାର ବିତରଣ କରିଥିଲେ। ଏହି ଜନସମ୍ପର୍କ କାର୍ଯ୍ୟକ୍ରମରେ ଶେଷଖାଲ ଥାନା ଭାରପ୍ରାପ୍ତି ଇନସ୍ପେକ୍ଟର ଶ୍ରୀ ନୀଳାମ୍ବର ଜlନି, B କଂପାନୀ 04 ବାଟାଲିୟନ କମାଣ୍ଡର୍ ଇନ୍ସପେକ୍ଟର ଶ୍ରୀ ଦେବ୍ ବ୍ରତ ଏବଂ ସି ଆର୍ ପି ଏଫ୍ ଯବାନଙ୍କ ଉପସ୍ଥିତରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।