ପୁରା ଖବର ବିଷୟରେ



ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲାରେ ଗଣତନ୍ତ୍ର ଦିବସର ୭୩ ବର୍ଷରେ ପ୍ରଥମ ଥର ଲାଗି ଉଡ଼ିଲା ତ୍ରିରଙ୍ଗା ପତାକା ।

Jan 28 2022 9:16AM
( ପ୍ରସାଦ ଲିମାଙ୍କ ରିପୋର୍ଟ) ଉପାନ୍ତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକ ହନୁମନ୍ତପୁର ପଞ୍ଚାୟତ ଓ ଗୁଡାରି ବ୍ଲକ ସୀମାନ୍ତ ପୁରାତନ ମୀନକେତନ ମହାଦେବଙ୍କ ଶୈବପୀଠ ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲା ଠାରେ ଅବସ୍ଥିତ ଜନକଲ୍ୟାଣ ଆଶ୍ରମରେ ଗଣତନ୍ତ୍ର ଦିବସ ଉପଲକ୍ଷେ  ଜନକଲ୍ୟାଣ ଆଶ୍ରମ ପ୍ରତିଷ୍ଠାତା ବାବା ଜନକା ନନ୍ଦ ଗିରୀଙ୍କ ତତ୍ୱବଧାନରେ ପ୍ରଥମ ଥର ଲାଗି ଉଡ଼ିଲା ତ୍ରିରଙ୍ଗା ପତାକା ସହ ୭୩ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଆଶ୍ରମ ପରିଚାଳନା କମିଟିର ସଭାପତି ଶ୍ରୀ ପ୍ରମୋଦ କୁମାର ମୁଗୁଲି, ଉପସଭାପତି ଅଭିମନ୍ୟୁ ବଳିୟାର, ସମ୍ପାଦକ ଗଣପତି ପ୍ରସାଦ ପାଠୀ, ହନୁମନ୍ତପୁର ସରପଞ୍ଚ କୌମଣି ଶବର, ବାରଟମ ନାଗ, କେ. ବୈକୁଣ୍ଠ ନାଥ ରାଓ, କରୁଣାକର ପାତ୍ର ସମେତ ଚନ୍ଦ୍ରପୁର, ହନୁମନ୍ତପୁର ଓ ଗୁଡାରିର ମାନ୍ୟଗଣ୍ୟ ବ୍ୟକ୍ତିମନେ ଉପସ୍ଥିତ ରହି ସରପଞ୍ଚ ଶ୍ରୀ ଶବର, କେ. କେ.ରାଓ, ପୂଜକ ରଘୁନାଥ ମିଶ୍ର ଓ ନୂତନ ଓଡିଶା ସାମ୍ବାଦିକ ଦକ୍ଷିଣ ଓଡ଼ିଶା ବ୍ୟୁରୋ ହେଡ ଶ୍ରୀ ପ୍ରସାଦ ଲିମାଙ୍କୁ ବାବା ଜନକା ନନ୍ଦ ଗିରୀ ଉପଢୌକନ ଦେଇ ସମ୍ମାନିତ କରିଥିଲେ । ତ୍ରିବେଣୀ ସଙ୍ଗମ ଶ୍ରୀ ମିନାଝୋଲା ତିନୋଟି ନଦୀ ଯଥା ବଂଶଧାରା, ଚାଉଳଦୁଆ ଓ ଫଳପାଳିଆ ନଦୀର ମିଶ୍ରଣ ସ୍ଥଳ ବା ତିନି ମୁହାଣ ଏକ ପୁରାତନ ଶୈବପୀଠ । ପୁରୁଷ ପୁରୁଷ କାଳରୁ ମୀନକେତନ ମହାଦେବ ନାମରେ ପୂଜା ପାଇ ଆସୁଛନ୍ତି । ଏହାକୁ ତ୍ରିବେଣୀ ତୀର୍ଥ ମଧ୍ୟ କହିଥାନ୍ତି ।ଏହି ସଙ୍ଗମ ସ୍ଥଳ ଭାରତର ଦ୍ଵିତୀୟ ଓ ଓଡ଼ିଶାର ପ୍ରଥମ ତ୍ରିବେଣୀ ସଙ୍ଗମ କହିଲେ ଅତ୍ୟୁକ୍ତି ହେବନାହିଁ ।ଏଠାକୁ ଓଡ଼ିଶା ସମେତ ଅନ୍ଦ୍ର ଓ ଛତିଶଗଡ଼ ରାଜ୍ୟରୁ ଭକ୍ତମାନେ ଦର୍ଶନ ପାଇଁ ଆସିଥାନ୍ତି ।ଏଠାରେ ପ୍ରତିବର୍ଷ ମାଘମାସ ପୂର୍ଣ୍ଣିମା ତିଥିରେ ମହାଶିବରାତ୍ରିରେ ଜାଗର ଯାତ୍ରା ହୋଇଥାଏ । ଏହା ଏକ ମୋନରମ ସୌନ୍ଦର୍ଯ୍ୟ ଭରା ପର୍ଯ୍ୟଟନ ସ୍ଥଳୀ । କିନ୍ତୁ ପରିତାପର ବିଷୟ ଯେ ଏହି ସ୍ଥଳକୁ ସ୍ୱାଧୀନତାର ୭୪ ବର୍ଷ ଓ ଗଣତନ୍ତ୍ର ଦିବସର ୭୩ ବର୍ଷ ବିତିଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ପର୍ଯ୍ୟଟନ ସ୍ଥଳର ମାନ୍ୟତା ପାଇନଥିବା ସରକାରଙ୍କ ହୀନଦୃଷ୍ଟି ଆଢୁଆଳରେ ଅବହେଳିତ ଭାବେ ପଢି ରହିଥିବା ଜ୍ୱଳନ୍ତ ଉଦାହରଣ ପାଲଟିଛି ।ବର୍ତ୍ତମାନ ଏଠାରେ କ୍ରିୟାଯୋଗୀ ବାବା ଜନକା ନନ୍ଦ ଗିରୀଙ୍କ ତତ୍ୱବାଧାନରେ ଏବଂ ଅଞ୍ଚଳ ବାସୀଙ୍କ ସହଯୋଗରେ ଜନକଲ୍ୟାଣ ଆଶ୍ରମ ଗଢ଼ି ଉଠିଛି । ପ୍ରତିଦିନ ଏଠାରେ ମୀନକେତନ ମହାଦେବଙ୍କ ପୂଜାର୍ଚନା ହେଉଥିବା ବେଳେ ପ୍ରତିମାସ ସଂକ୍ରାନ୍ତିରେ ହୋମଯଜ୍ଞ,ନାମଯଜ୍ଞ,ଓ ଅର୍ଣ୍ଣପ୍ରସାଦ ବ୍ୟବସ୍ତା ହୋଇଥାଏ । ତେଣୁ ଆମେ ଅଚଳବାସୀ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଗୁହାରି ଜଣାଉଛୁ ଉକ୍ତ ସ୍ଥଳୀକୁ ଥରେ ଭ୍ରମଣ କରିବା ସହ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ପ୍ରଦାନ ନିମନ୍ତେ ଅନୁରୋଧ ।