ପୁରା ଖବର ବିଷୟରେ



ପୁଣି ଚମକିଲେ ନବରଙ୍ଗପୁର ର ବନିତା

Jan 27 2022 8:35PM
(ଓଡ଼ିଶା ବ୍ୟୁରୋ ହେଡ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ପୁଣି ଚମକିଲେ ନବରଙ୍ଗପୁର ଜିଲ୍ଲାର ବନିତା ଦାଶ । ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ ପୁରସ୍କାର ରେ ପୁରସ୍କୃତ ହେବେ ବନିତା ଦାଶ ସେ କ୍ଷୁଦ୍ର ଗ୍ରହର ଆବିଷ୍କାରକ ଭାବେ ବନିତା ଦାଶ ସମ୍ମାନଜନକ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସି ମାଧ୍ୟମରେ ଦେଶର ବିଭିନ୍ନ ଛାତ୍ରଛାତ୍ରୀଙ୍କ ସହ ଏବଂ ବନୀତାଙ୍କ ବାର୍ତ୍ତାଳାପ କରିଥିଲେ । ପ୍ରଧାନମନ୍ତ୍ରୀ ବନିତାଙ୍କ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ । ଆସନ୍ତା ସାଧାରଣତନ୍ତ୍ର ଦିବସରେ ତାଙ୍କୁ ପୁରସ୍କାର ସ୍ବରୂପ ଏକଲକ୍ଷ ଟଙ୍କା ଓ ଇ - ପ୍ରମାଣପତ୍ର ପ୍ରଦାନ କରାଯିବ ବୋଲି ଜଣାପଡିଛି ।ଓଡ଼ିଶାର ଏକମାତ୍ର ଛାତ୍ରୀ ଓ ପ୍ରଥମ ଓଡ଼ିଆ ଭାବେ ମହାକାଶ ଗବେଷଣା କ୍ଷେତ୍ରରେ ସଫଳାତ ହାସଲ କରି ଉଲକାପିଣ୍ଡ ଆବିଷ୍କାର କରି ସଫଳତାର ମାଇଲଖୁଣ୍ଟ ଛୁଇଁଥିଲେ ନବରଙ୍ଗପୁରର ଝିଅ ବନୀତା ଦାସ । ନବରଙ୍ଗପୁର ସହରର ଗାଦବାଗୁଡାରେ ବନିତାଙ୍କ ଜନ୍ମ । ମଧ୍ୟପ୍ରଦଶର ରାଜ୍ୟ ଅନୁପୁର ଜିଲ୍ଲା ଅମରକଣ୍ଟକ ସହରର ଜବାହାର ନବୋଦୟ ବିଧ୍ୟାଳୟରେ ପାଠ ପଢ଼ନ୍ତି ବନିତା । ଏହାପୂର୍ବରୁ ସେ ଜବାହାର ନବୋଦୟ ବିଦ୍ୟାଳୟ , ମାଲକାନଗିରିରେ ଅଧ୍ୟୟନ କରୁଥିଲେ । ବିଦ୍ୟାଳୟ ପିଲାଙ୍କ ଉଲ୍‍କାପିଣ୍ଡ ସନ୍ଧାନ କାର୍ଯ୍ୟକ୍ରମରେ ନବୋଦୟ ବିଦ୍ୟାଳୟ ପକ୍ଷରୁ ଭାଗ ନେଇ ଆନ୍ତର୍ଜାତିକସ୍ତରରେ ସେ ସଫଳତା ହାସଲ କରିଛନ୍ତି । ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ଓ ଭାରତୀୟ ମହାକାଶ ଗବେଷଣା ସଂଗଠନ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ବନୀତାଙ୍କ ଏହି ଆବିଷ୍କାରକୁ ମହାକାଶ ସଂସ୍ଥା ନାସା ଓ ଅର୍ନ୍ତରାଷ୍ଟ୍ରୀୟ ଜୋତିର୍ବିଜ୍ଞାନ ପରିଷଦ ପରୀକ୍ଷା କରିବା ପରେ ଅନୁମୋଦନ କରିଥିଲେ । ସମଗ୍ର ବିଶ୍ୱରେ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆୟୋଜିତ ଏହି ଅଭିଯାନରେ ଅନେକ ଆର୍ନ୍ତଜାତିକ ବିଶ୍ୱବିଦ୍ୟାଳୟ ଏବଂ ହାୱାଇରେ ଥିବା ଟେଲିସ୍କୋପର ସଫ୍ଟୱେୟାର ଇମେଜ ମାଧ୍ୟମରେ ସେ ଉଲ୍‍କାପିଣ୍ଡ ଖୋଜି ବାହାର କରିବାରେ ସକ୍ଷମ ହୋଇପାରିଛନ୍ତି । ଏହାର ନାମକରଣ ତାଙ୍କ ନାମ ଅନୁସାରେ କରାଯିବ। ଏହି ଉଲ୍‍କାପିଣ୍ଡର ଗତିବିଧିକୁ ବିଶ୍ଳେଷଣ କରି ଆଗାମୀ ୬ବର୍ଷ ମଧ୍ୟରେ ଏହାର ଗତିପଥ ଜାଣି ହେବ ବୋଲି ଜଣାଯାଇଛି । ଏଥିପାଇଁ ମହାକାଶ ଗବେଷଣା ସଂସ୍ଥା ଗତ ଜାନୁଆରୀ ମାସରେ ତାଙ୍କୁ ଏକ କଠିନ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ଏପରି ମହାକାଶ ଗବେଷଣାରେ ସେ ପ୍ରଥମ ଓଡିଆ ଛାତ୍ରୀ। ଭବିଷ୍ୟତରେ ସେ ଜଣେ ମହାକାଶ ବିଜ୍ଞାନୀ ହେବାକୁ ଲକ୍ଷ୍ୟ ରଖିଛନ୍ତି। ବନିତା ତାଙ୍କ ସଫଳତା ପାଇଁ ତାଙ୍କ ସ୍କୁଲ ଶିକ୍ଷକ , ସ୍ପେସ୍ ଫାଉଣ୍ଡେସନ ର ସମସ୍ତ ସଦସ୍ୟ ଏବଂ ତାଙ୍କ ବାପା ମା କୁ ଧନ୍ୟବାଦ ଜଣାଇଛନ୍ତି ! ଆମେ ବନିତା ଙ୍କ ପାଇଁ ଗର୍ବ ଅନୁଭବ କରୁଛୁ ବୋଲି କହିଛନ୍ତି ତାଙ୍କ ବାପା ଓ ମା ! ଅନ୍ୟପଟେ ନବରଙ୍ଗପୁର ଜିଲ୍ଲାବାସୀ ବନିତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି !