ପୁରା ଖବର ବିଷୟରେ



ଓକିଲ ବାବୁଙ୍କୁ ପୋଲିସର ଦୁର୍ବ୍ୟବହାର---

Jan 27 2022 7:23PM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ଘଟଣାଟି ଘଟିଯାଇଛି ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଧୂଷୁରୀ ଥାନାରେ।ଓକିଲ ବାବୁଙ୍କ କହିବା ଅନୁସାରେ - କିଛି ଦିନ ପୂର୍ବେ ଏକ ଯୁବକଙ୍କ ନାମରେ ମିଥ୍ୟା କେସ ରୁଜୁ କରାଯାଇଥିଲା। ଉକ୍ତ କେସ ବିଷୟରେ ବୁଝାମଣା କରିବା ପାଇଁ ଓକିଲ ବାବୁ ଆସାମୀକୁ ଧରି ଥାନାକୁ ଯାଇଥିଲେ। ଥାନାରେ ଥିବା ସବ୍ ଇନ୍ସପେକ୍ଟର ମହାପ୍ରସାଦ ନାଏକ ଙ୍କ ସହିତ ଆପୋଷରେ ସମାଧାନ ପାଇଁ କଥାବାର୍ତ୍ତା କରୁଥିବାବେଳେ, ସବ୍ ଇନ୍ସପେକ୍ଟର ମହାପ୍ରସାଦ ନାଏକ ହଠାତ୍ ରାଗିଯାଇ ଜାତି ,ଗୋତ୍ର ଉଠାଇ ଦୁର୍ବ୍ୟବହାର କରିଥିବାର ନିଜେ ଓକିଲ ବାବୁ ଗଣମାଧ୍ୟମ ପ୍ରତିନିଧି ଙ୍କୁ ସୂଚନା ଦେଇଥିବାର ଜିବନ୍ତ ପ୍ରମାଣ ହସ୍ତଗତ ହୋଇଛି। ସାମ୍ବିଧାନିକ ନିତି ନିୟମ ଅନୁସାରେ ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାଜରେ ସବୁ ଧର୍ମର ଲୋକ ବସବାସ କରୁଥିବା ବେଳେ,ଏକ ନିର୍ଦ୍ଦିଷ୍ଟ ଜାତିକୁ ଆକ୍ଷେପ କରି ଓକିଲ ବାବୁଙ୍କୁ ଯେଉଁ ଦୁର୍ବ୍ୟବହାର କରାଯାଇଥିବାର ସୂଚନା ହସ୍ତଗତ ହୋଇଛି,ତାହା ଆଜିର ସମାଜ ପାଇଁ ଅତି ନିନ୍ଦନୀୟ ଓ ପରିତାପର ବିଷୟ। ସେଥିପାଇଁ ଓକିଲ ବାବୁ ଜଣକ ଥାନାରେ ଅପମାନିତ ହୋଇ ଶେଷରେ ହାଇକୋର୍ଟ ର ଦ୍ବାରସ୍ଥ ହୋଇଥିବାର ସୂଚନା ମଧ୍ୟ ହସ୍ତଗତ ହୋଇଛି। ଆଉ ବାକି ରହିଲା ଓକିଲ ବାବୁ ଜଣକ ଉଚିତ ନ୍ୟାୟ ପାଇ ପାରିବେ ତ?