ପୁରା ଖବର ବିଷୟରେ



ପାଡୁଆ ପୋଲିସକୁ ମିଳିଛି ବଡ଼ ସଫଳତା ,ଗଞ୍ଜେଇ ବୋଝେଇ ପିକପ ଭ୍ୟାନ ଜବତ ସହ ଦୁଇ ମାଫିଆ ଗିରଫ ।

Jan 24 2022 10:46PM
(ପ୍ରସାଦ ଲିମାଙ୍କ ରିପୋର୍ଟ) ପାଡୁଆ ଅଞ୍ଚଳରୁ ଛତିଶଗଡ ଗଞେଇ ଚୋରା ଚାଲାଣ ବେଳେ ରାଇସିଂ ଗ୍ରାମ ନିକଟରେ ଏକ ନମ୍ବର ବିହୀନ ଗଂଜେଇ ବୋଝେଇ ଭ୍ୟାନ ଜବତ କରିବା ସହ ଦୁଇ ଗଂଜେଇ ମାଫିଆକୁ ଗିରଫ ପାଡୁଆ ପୋଲିସ । ସୂଚନା ଥାଉକି ବିଶ୍ଵସ୍ଥ ସୂତ୍ର ରୁ ଖବର ପାଇ କୋରାପୁଟ ଏସ.ପି.ଙ୍କ ନିର୍ଦେଶକ୍ରମେ ଏସ.ଡ଼ି. ପି.ଓ.ଙ୍କ ନେତୃତ୍ଵରେ ପାଡୁଆ ପୋଲିସ ରାଇସିଂ ଗ୍ରାମ ନିକଟରେ ପେଟ୍ରୋଲିଂ କରୁଥିବା ସମୟରେ ଦୃତ ଗତିରେ ଆସୁଥିବା ଏକ ନମ୍ବର ବିହୀନ ପିକପ ଭ୍ୟାନକୁ ଅଟକାଇ ଯାଞ୍ଚ କରିବା ବେଳେ ଭ୍ୟାନରୁ ୧୦ ଟି ବସ୍ତାରୁ ପ୍ରାୟ ୨ କୁଇଁଣ୍ଟାଲ ଗଞ୍ଜେଇ ଓ ଗଞ୍ଜେଇ ବୋଝେଇ ଭ୍ୟାନ ଜବତ କରିବା ସହ ଭ୍ୟାନରେ ଥିବା ଦୁଇ ଜଣ ଗଞ୍ଜେଇ ମାଫିଆଙ୍କୁ ମଧ୍ୟ କାବୁକରି ଧରିବାରେ ସଫଳ ହୋଇଥିଲା ପୋଲିସ । ଜବତ କରାଯାଇଥିବା ଗଞେଇ ମୂଲ୍ୟ ପ୍ରାୟ ୨୦ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ମାଫିଆ ମାନେ ପଟାଙ୍ଗି ଥାନା ଅନ୍ତର୍ଗତ ପଣ୍ଡେଇ ଗ୍ରାମର କଣ୍ଡାଦୁସୁରା ବାରିକ ଏବଂ ଗଙ୍ଗରାଜପୁର ସଦନ ଖିଲ ବୋଲି ଜଣା ପଡିଛି ।