ପୁରା ଖବର ବିଷୟରେ



ସାଇପ୍ରିୟା ୱାକର୍ସ କ୍ଲବର ଆଜି ନୂତନ କର୍ମକର୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।

Jan 24 2022 9:24PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ସ୍ଥାନୀୟ ସାଇପ୍ରିୟାନଗର ଠାରେ ଏକ ଘରୋଇ ବ୍ୟବସାୟୀକ ପ୍ରତିଷ୍ଠାନରେ ସହରରେ ଥିବା ୪ ଟି ୱାକର୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ରହି ଏହି ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମସ୍ତ କ୍ଲବର ସଦସ୍ୟଙ୍କ ସହମତି ଅନୁକ୍ରମେ ସାଇପ୍ରିୟା ୱାକର୍ସ କ୍ଲବର ସଭାପତି ଭାବେ ସୁବାଷ ବେହେରା, ଉପସଭାପତି ଭାବେ ଏମ.ସୁରେଶ କୁମାର ଓ ସଞ୍ଜୟ ସୁନାମୁଦି, ସମ୍ପାଦକ ଭାବେ ସନ୍ୟାସୀ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ଭାବେ ଟି.ନାଗେଶ୍ବର ରାଓ, କୋଷାଧ୍ୟକ୍ଷ ଭାବେ ଭି.ସାମ୍ବାମୂର୍ତି ଓ କେ.ଧର୍ମରାଜୁ, ଜୋଲି ଓ୍ବାକର ଭାବେ ଜେ.ଶଙ୍କର ରାଓ, ଉପଦେଷ୍ଟା ଭାବେ ଦେବରାଜ ପଣ୍ଡା ଏବଂ ଆର.ଜି.ପି ରାଓଙ୍କୁ ମନୋନୀତ କରାଯାଇଛି । କର୍ସ ଇଂଟରନ୍ୟାସନାଲ କ୍ଲବର ୧୦୪ ଗଭର୍ଣ୍ଣର ସତ୍ୟବାଦୀ ପତି ଉପସ୍ଥିତ ରହି କର୍ମକର୍ତାଙ୍କୁ ଶପଥ ପାଠ କରାଇଥିଲେ । ସେହିଭଳି ସହରରେ ଥିବା ରାୟଗଡ଼ା ଓ୍ବାକର୍ସ କ୍ଲବ, ଝଞ୍ଜାବତି ୱାକର୍ସ କ୍ଲବ, ଜିସିଡ଼ି ୱାକର୍ସ କ୍ଲବ ଏବଂ ମହିଳା ଓ୍ବାକର୍ସ କ୍ଲବର ସଦସ୍ୟମାନେ ଉପସ୍ଥିତ ରହିଥିଲେ । ସମସ୍ତ କ୍ଲବର ସଦସ୍ୟମାନଙ୍କ ଉପସ୍ଥିତରେ ଆଗାମୀ ଦିନରେ ମିଳିତ ଭାବେ ପ୍ରତ୍ୟେକ କ୍ଳବର କାର୍ଯ୍ୟପନ୍ଥାରେ ସାମିଲ ହୋଇ ସହଯୋଗ କରିବା ପାଇଁ ଆଲୋଚନା ହୋଇଥିଲା । ମୁଖ୍ୟତଃ ମାରାଥନ, ସ୍ୱଚ୍ଛଭାରତ ଅଭିଯାନ, ସ୍ଵାସ୍ଥ୍ୟ ଶିବିର ସହ ରକ୍ତଦାନ ଶିବିର କାର୍ଯ୍ୟକ୍ରମ କରିବା ପାଇଁ ନିଷ୍ପତି ଗ୍ରହଣ ହୋଇଥିଲା । ଅପରପକ୍ଷରେ, ଆସନ୍ତା ଫେବୃୟାରୀ ମାସରେ ସମସ୍ତ କ୍ଲବମାନଙ୍କ ପକ୍ଷରୁ ଏକ ମାରାଥନ ଦୌଡ଼ କରାଯିବ ନେଇ ନିଷ୍ପତି ଗ୍ରହଣ କରାଯାଇଥିଲା ।