ପୁରା ଖବର ବିଷୟରେ



ଦିର୍ଘ ୩ ଘଣ୍ଟାର ଚେଷ୍ଟା ପରେ ବନବିଭାଗ ଦ୍ଵାରା ଗଛରୁ ଉଦ୍ଧାର ହେଲା ଭାଲୁ।

Jan 24 2022 7:37PM
(ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ସୁନାବେଡା ଗ୍ରାମ ପଞ୍ଚାୟତ ୟୁ ଭି ଏଗାର ବଙ୍ଗାଳୀ ଗ୍ରାମରେ ଏକ ଲିମ୍ବ ଗଛ ଉପରେ ଭାଲୁ ବସିଥିଵାର ଦେଖିବା କୁ ମିଳିଥିଲା । ଭାଲୁ ବସିଥିବା ଦେଖି ରାସ୍ତା ରେ ଯିବା ଆସିବା କରିବା ଲୋକ ଭୟଭୀତ ହୋଇଥିଲେ।ଖବର ପାଇ ଉମରକୋଟ ବନଭିବାଗ ର ଏକ ଉଦ୍ଧାରକାରୀ ଦଳ ଆସି ଭାଲୁକୁ କାବୁ କରିବା ପାଇଁ ଜାଲ ବିଛେଇ କାବୁ କରିବା ପାଇଁ ଚେଷ୍ଟା ଚଳାଇଥିଲେ ।ଦୀର୍ଘ ତିନି ଘଣ୍ଟା ପରେ ବି ଭାଲୁ କୁ କାବୁକରାଯାଇ ପାରିନଥିଲା। ଭାଲୁକୁ କାବୁ କରିବା ପାଇଁ ବନ୍ଧୁକ ଦ୍ଵାରା ନିଶ୍ଚେତକ ଇଞ୍ଜେକ୍ସନ ପ୍ରୟୋଗ କରାଯାଇଥିଲା । ଏବଂ ଗଛ ଉପରେ ଭାଲୁ ଟି ସଂଜ୍ଞାହୀନ ହେବାରୁ ତଳକୁ ପଡିଯାଇଥିଲା ପରେ ବନ ଭିବାଗ ଦ୍ଵାରା ଭାଲୁକୁ କାବୁ କରିଥିଲେ । ଗ୍ରାମର ଲୋକଙ୍କ କହିବା ଅନୁଯାଇ ଆଖ ପାଖ ଅଞ୍ଚଳର ଜଙ୍ଗଲ କାଟିବା ଦ୍ଵାରା ଜଙ୍ଗଲୀ ଭାଲୁ ଗାଁ ଗଣ୍ଡା ରେ ପ୍ରବେଶ କରୁଛନ୍ତି।