ପୁରା ଖବର ବିଷୟରେ



ରାୟଗଡ଼ା କଳିଙ୍ଗ ବୈଶ୍ୟ ସଂଘ ତରଫରୁ ରକ୍ତଦାନ ଶିବିର

Jan 23 2022 3:06PM
(ରାୟଗଡା ରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ଆଜି ସକାଳେ ୧୦ ଘଣ୍ଟା ସମୟରେ କଳିଙ୍ଗ ବୈଶ୍ୟ ସଂଘ ବୁର୍ଦ୍ଧାଳାପୋଳାମ୍ମା ପେଣ୍ଠ ତରଫରୁ ଏକ ରକ୍ତଦାନ ଶିବିର ଡାକ୍ତର କୁମନ୍ଦନ ନୁସିଂଙ୍ଗ ହୋମେରେ ଆୟୋଜିତ ହେଇଥିଲା, ଏହି ବୁର୍ଦ୍ଧାଳାପୋଳାମ୍ମା ପେଣ୍ଠ ସଂଘର ସଭ୍ୟ ମାନେ ବହୁ ସଂଖ୍ୟାରେ ଓ ଯୋଗ ଦେଇ ରକ୍ତଦାନ କରିଥିଲେ। ରକ୍ତଦାନ କରିଥିବା ସଭ୍ୟ ମାନେଙ୍କୁ ରସଗୋଲା ମିଠା ଖୁଆଇ ଏନର୍ଜି ପାନୀୟ ଜଳ ପ୍ରଦାନ କରିଥିଲେ। ଏହି କୁମନ୍ଦନ ନରସିଂହ ହୋମ ର ପ୍ରବନ୍ଧ ନିର୍ଦେଶକ କ୍ରିଷ୍ଣାମୋହନ କୁମନ୍ଦନ୍ ଶୁଭେଛା ଅଭିନନ୍ଦନ କରିଥିଲେ ଓ ଏହି ବୁର୍ଦ୍ଧାଳାପୋଳାମ୍ମା ପେଣ୍ଠର ପ୍ରମୁଖ ଜଣାଇଲେ ୨୦ ରୁ ୨୫ ୟୁନିଟ ରକ୍ତ ସଂଗ୍ରହ କରାଯିବ ବୋଲି ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମ ରେ ପେଣ୍ଠ ର ସଭାପତି ଚିନ୍ନlରି ବିଜୟ ମୋହନ, କଳିଙ୍ଗା ବୈଷ୍ୟ ସଂଘାମ ର ଉପ ସଭପତି ଶ୍ରୀ କିନ୍ତାଲି ଶ୍ରୀନିବାସ , ସମ୍ପାଦକ ଚିନ୍ନରି ଚକର୍ଧର, କଳିଙ୍ଗା ଵୈଷ୍ୟ ସଂଘମ ର ପୂର୍ବତନ ସୋଭାପତି ଇପିଲି ସନ୍ୟାସୀ ରାଜୁ ଏବଂ ବହୁ ପ୍ରମୁଖ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ ।