ପୁରା ଖବର ବିଷୟରେ



ରାୟଗଡ ଅବକାରୀ ଦଳର ବ୍ୟାପକ ଚଢ଼ାଉ, ୨୪୭0 ଲିଟର ପୋଚ୍ଚ ଓ ୩୨୫ଲିଟର ଦେଶୀ ମଦ ଜବତ, ୫ଜଣ ଅଭିଯୁକ୍ତ ଗିରଫ l

Jan 22 2022 9:06PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:- ଚଳିତ ନିର୍ବାଚନକୁ ଆବଢ଼ ଓ ନିରପେକ୍ଷ ଓ ଶାନ୍ତି ପୂର୍ଣ୍ଣ ଭାବେ ଆୟୋଜନ କରିବା ପାଇଁ ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶରେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତି ନିନା ବେଉରାଙ୍କ ତତ୍ୱାବଧାନରେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଓ ରାୟଗଡ଼ ସଦର ମହକୁମାରୁ ଅଫିସର ଇଂଚାର୍ଜ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେ ଅବକାରୀ ଦଳ ଓ ମୋବାଇଲ ଟିମ ମିଳିତ ଭାବେ ଚାନ୍ଦିଲ ଥାନାର ଅନ୍ତର୍ଗତ ହାତୀଖମ୍ବା ଓ କୈଳାସପୁର ଗ୍ରାମରେ ଅତର୍କିତ ଚଢ଼ାଉ କରି ବ୍ୟାପକ ଚୋରlମଦ , ପୋଚ୍ଚ ଓ ମଦ ରନ୍ଧା ସାମଗ୍ରୀ ଜବତ କରିଛନ୍ତି । ଉକ୍ତ ଧରପଗଡ଼ରେ ହାତୀଖମ୍ବା ଗ୍ରାମର କସ୍ତୁରୀ ଲିମl ଓ ମୋତି ଘଂଟା ଏବଂ କୈଳାସପୁର ଗ୍ରାମର ସନ୍ତୋଷ ବିଡିକା, ଅରୁଣ ଭତେରା ଓ ଉର୍ମିଳା ଭାତ୍ରା ପାଖର ୩୨୫ ଦେଶୀ ମଦ ରଖିବା ଅଭିଯୋଗରେ ୫ଜଣକୁ ଗିରଫ କରାଯାଇଛି l ଏହି ଚଢ଼ାଉ ବେଳେ ୧୫୭୦ଲିଟର ପୋଚ୍ଚ ନଷ୍ଟ କରାଯାଇଥିବା ବେଳେ ବହୁତ ମଦାରନ୍ଧା ସାମଗ୍ରୀ ଜବତ କରାଯାଇଛି l ଉକ୍ତ ଧରପଗଡ଼ରେବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ବିଶ୍ୱଜିତ ଦାସ, ଭାରପ୍ରାପ୍ତ ଅବକାରୀ ଥାନାଅଧିକାରୀ ସୂର୍ଯ୍ୟ ନାରାୟଣ ରଥ ଓ ଅନ୍ୟାନ୍ୟ ଅବକାରୀ ଅଧିକାରୀ ଓ କର୍ମଚାରୀମାନେ ସାମିଲ ହୋଇଥିଲେ l