ପୁରା ଖବର ବିଷୟରେ



ଅବକାରୀ ବିଭାଗର ଚଢ଼ାଉ, ବିପୁଳ ପରିମାଣର ଚୋରା ମଦ ଜବତ,୫ଜଣ ଅଭିଯୁକ୍ତ ଗିରଫ

Jan 22 2022 10:28AM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ:--ରାୟଗଡ଼ା ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ଅବକାରୀ ଅଧିକ୍ଷକ ରାୟଗଡ଼ ଶ୍ରୀମତି ନିନା ବେଉରାଙ୍କ ତତ୍ୱାବଧାନରେ ରାୟଗଡ଼ ସଦର ମହକୁମାରୁ ଅଫିସର ଇଂଚାର୍ଜ ସୂର୍ଯ୍ୟନାରାୟଣ ରଥଙ୍କ ନେତୃତ୍ୱରେଏକ ସ୍ୱତନ୍ତ୍ର ଦଳ କାଶୀପୁର ଥାନାର ଭାରପ୍ରାପ୍ତ ଅଧିକାରୀ ଏବଂ ସମସ୍ତ କର୍ମଚାରୀ କାଶୀପୁର ବ୍ଲକର ଆମରସିଙ୍ଗଗୁଡା,ସାନମାଲିଗାଁ, ରେଙ୍ଗା, ପାଣ୍ଡପଡା,ପୁଡ଼ବନ୍ଧ ,ବଡ଼ମାରିଭଟା, ଆଦି ଗ୍ରାମରେ ଅତର୍କିତ ଚଢ଼ାଉ କରି ବ୍ୟାପକ ଚୋରାମଦ ପୋଚ୍ଚ ଓ ରନ୍ଧା ମଦ ସାମଗ୍ରି ଜବତ କରିଛନ୍ତି । ଉକ୍ତ ଧରପଗଡ଼ରେ ୫ଜଣ ଆସାମୀ ଯଥା :-(୧)ଉପେନ୍ଦ୍ର ଦୟାବତି ନାଏକ, (୨) ବାଳକୃଷ୍ଣ ସାହୁ,(୩) ସାନିୟ ଝଡ଼ିଆ,(୪)ସାବିତ୍ରୀ ପ୍ରଧାନ,(୫) ଗୌରୀ ସାହୁଙ୍କୁ ଗିରଫ କରାଯାଇଛି । ଏହି ଚଢ଼ାଉ ବେଳେ ୭୭୦ଲିଟର ପୋଚ୍ଚ ନଷ୍ଟ କରାଯାଇଥିବା ବେଳେ ପ୍ରାୟ ୧୦୦ଲିଟରରୁ ଅଧିକ ରନ୍ଧା ମଦ ଜବତ କରାଯାଇଛି l ଉକ୍ତ ଧରପଗଡ଼ରେ ଶ୍ରୀ ସୂର୍ଯ୍ୟ ନାରାୟଣ ରଥ ,ଭାରପ୍ରାପ୍ତ ଅଧିକାରୀ,କାଶୀପୁର ଅବକାରୀ ଥାନା, କାଶୀପୁର ଥାନା ଅଧିକାରୀ ସାମିଲ ହୋଇଥିଲେ l