ପୁରା ଖବର ବିଷୟରେ



ଓଡ଼ିଶା ଅଭିଭାବକ ମହlସଂଙ୍ଗ ତରଫରୁ ରାୟଗଡ଼ା ଠାରେ ଶିକ୍ଷାର ବିକାଶ ନେଇ ସଚେତନତା ବାର୍ତ୍ତା

Jan 21 2022 6:01PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ଓଡିଶା ଅଭିଭାବକ ମହାସଂଘ ଶିକ୍ଷାର ବିକାଶ ତଥା ଶିକ୍ଷା ଜନିତ ସମସ୍ୟା ସମାଧାନ କ୍ଷେତ୍ରରେ ସର୍ବଦା କାର୍ଯ୍ୟରତ। ଓଡିଶାର ନବେ ପ୍ରତିଶତ ଜନସାଧାରଣ ଗ୍ରାମାଞ୍ଚଳରେ ବସବାସ କରନ୍ତି । ସେମାନେ ଆଗାମୀ ପଂଚାୟତ ନିର୍ବାଚନରେ ସେମାନଙ୍କର ପ୍ରତିନିଧୂ ନିର୍ବାଚିତ କରିବେ । ଶିକ୍ଷା ବିନା ପ୍ରଗତି ଅସମ୍ଭବ । ଗ୍ରାମାଞ୍ଚଳରେ ସବୁ ପିଲାଙ୍କୁ ଗୁଣାତ୍ମକ ଶିକ୍ଷା ଉପଲବ୍ଧ ସହିତ ଶିକ୍ଷାର ବିକାଶ ବିନା ସବୁ ବିକାଶ ମୂଳକ କାର୍ଯ୍ୟକ୍ରମ ନିରର୍ଥକ । ଓଡିଶା ଅଭିଭାବକ ଏହି କ୍ରମରେ ସମସ୍ତ ପ୍ରାର୍ଥୀ ଶିକ୍ଷା ସମ୍ବନ୍ଧୀୟ କାର୍ଯ୍ୟକ୍ରମର ସଠିକ ରୂପାୟନ ପାଇଁ ଏକ ସର୍ବସାଧାରଣ ଶପଥପତ୍ର ଜନସାଧାରଣଙ୍କୁ ପ୍ରଦାନ କରିବେ, ଯେଉଁମାନେ ଏହାକୁ ପାଳନ କରିବେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ସମସ୍ତ ଅଭିଭାବକ ଭୋଟ ଦେବେ । ଏହି କାର୍ଯ୍ୟକ୍ରମର ସଠିକ କାର୍ଯ୍ୟକାରୀ ପାଇଁ ମହାସଂଘ ରାଜ୍ୟସ୍ତରରେ ପ୍ରୟାସ ଜାରି ରଖୁବା ସହିତ ବିଭିନ୍ନ ଜିଲ୍ଲା, ସବ ଡିଭିଜନ, ବ୍ଲକ ଗସ୍ତକରି ତୃଣମୂଳ ସ୍ତରରେ କାର୍ଯ୍ୟକାରି କରିବାକୁ ସାମ୍ବାଦିକ ସମ୍ମିଳନୀ ସହ ବିଭିନ୍ନ ରାଜନୈତିକ ଦଳର ପ୍ରମୁଖ ନେତୃତ୍ବଙ୍କୁ ଭେଟି ଦାବୀ ଉପସ୍ଥାପନା କରୁଛି । ଆଜି ତା 21ରିଖ ଶୁକ୍ରବାର ଦିବା 3.30ଘଟିକା ସମୟ ରେ ରାୟଗଡା ଠାରେ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରା ଯାଉଛି । ଏଥିରେ ଓଡିଶା ଅଭିଭାବକ ମହାସଂଘ ସାଧାରଣ ସମ୍ପାଦକ ସୁର୍ଯ ନାରାୟଣ ଜେନା, ସହ ଅଧକ୍ଷ ଶିଶିର କୁମାର ସାହୁ, ,ରାୟଗଡା ଜିଲ୍ଲାର ଆବାହକ ଶ୍ରୀ ରାଜେନ୍ଦ୍ର କୁମାର ଚୌଧୁରୀ, ସହ ଆବାହକ ବବି ସିଂ, ସମ୍ପାଦକ ଭବାନୀ ମିଶ୍ର, ଓ ସହ ସମ୍ପାଦକ ଶଙ୍କର ଦୋରା ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।