ପୁରା ଖବର ବିଷୟରେ



ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବସ୍ ।

Jan 21 2022 10:03AM
(ବ୍ୟୁରୋ ରିପୋର୍ଟ ନୂତନ ଓଡ଼ିଶା ନ୍ୟୁଜ୍ ) ଗଜପତି: ଗଜପତି ଜିଲ୍ଲା ରାଶିବାଡ ଘଟିରେ ଇସ୍ପାତ ନାମକ ଏକ ଘରୋଇ ବସ ଦୁର୍ଘଟଣାରେ ୮ରୁ ଅଧିକ ଆହତ । ବସଟି ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ବେଳେ ଏପରି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ଗଜପତି ଜିଲ୍ଲା ରାୟଗଡା ଥାନା ଅଞ୍ଚଳରେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ଆଜି ଭୋରୁ ଇସ୍ପାତ ନାମକ ଯାତ୍ରୀବାହୀ ବସ ଭୁବନେଶ୍ବରରୁ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିବା ସମୟରେ ରାଶିବାଡ ଘାଟିରେ ଭାରସାମ୍ୟ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ବସରେ ୨୦ରୁ ଊର୍ଦ୍ଧ୍ବ ଜଣ ଯାତ୍ରୀ ଥିବାବେଳେ ୮ରୁ ଅଧିକ ଜଣ ଆହତ ହୋଇଥିବା ଖବର ମିଳିଛି । ତେବେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ଜିରାଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି । ବର୍ତ୍ତମାନ ମଧ୍ୟ ପୋଲିସ ଓ ସ୍ଥାନୀୟ ଲୋକେ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ରାଶିବାଡି ଘାଟିରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଛି ।