ପୁରା ଖବର ବିଷୟରେ



ଭାରତୀୟ ଜନତା ପାର୍ଟି ତରଫରୁ ତୃତୀୟ ଓ ଚତୃର୍ଥ ଦିନ ମିଶି ପ୍ରାର୍ଥୀପତ୍ର ନାମାଙ୍କନ କଲେ 7 ଜଣ ଜିଲ୍ଲା ପରିଷଦ ପାର୍ଥି

Jan 21 2022 9:24AM
(ରାୟଗଡାରୋ ପ୍ରଭାକର ରତ୍ନାଲୁଙ୍କ ସହ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡା : ବିଶେଷ ଭାବେ ଜିଲ୍ଲା ପରିଷଦ ନିର୍ବାଚନକୁ ଚାହିଁ ବସିଛନ୍ତି ରାଜନୈତିକ ସମୀକ୍ଷକ | ଆଜି ନାମାଙ୍କନରେ ତୃତୀୟ ଓ ଚତୃର୍ଥ ଦିନରେ ରାୟଗଡା ଉପଖଣ୍ଡର 29ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ କରିଛନ୍ତି ଅତିରିକ୍ତ ଜିଲ୍ଲା ପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ନିକଟରେ | କାଶୀପୁର, ରାୟଗଡ଼ା, କଲ୍ୟାଣସିଂହପୁର ଏବଂ କୋଲନରା ବ୍ଳକର ଜିଲ୍ଲା ପରିଷଦ ଜୋନ ପାଇଁ ଆଜି ପର୍ଯ୍ୟନ୍ତ ଭାରତୀୟ ଜନତା ଦଳ ତରଫରୁ କାଶୀପୁର A zone ପାଇଁ ମିନିଅକା ମାଝୀ , ରାୟଗଡା B,C, ଏହି 2 ଟି zone ପାଇଁ ବାମୀ ମଣ୍ଡାଙ୍ଗୀ , ନନ୍ଦିନୀ କାର୍ଡରକା , କୋଳନାରା B, A ଏହି 2ଟି zone ପାଇଁ ଜାନକୀ ଉଲାକା, ମାଝୀ କ୍ରିଷ୍ଣା ରାଓ ଏବଂ କଲ୍ୟାଣ ସିଙ୍ଗପୁର A,B ଏହି 2 ଟି zone ପାଇଁ ଅନୁସୟା ନୀଳଗିରି ଓ ସିନ୍ଧୁ କୁଲେସିକା ଏହି 7 ଜଣ ଜିଲ୍ଲା ପରିଷଦ ପାର୍ଥି ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବି ଜେ ପି ର ଜିଲ୍ଲା ଯୁବ ମୋର୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାସ, ବି ଜେ ପି ସହର ସଭାପତି ବିଦ୍ୟା ଭୂଷଣ ପଣ୍ଡା, ବିଧାୟକ ପାର୍ଥି ଶ୍ରୀ ଶିବ ଶଙ୍କର ଉଲକା, ଜାତୀୟ ଏସ ଟି ସେଲ୍ ସହ ସମ୍ପଦକ ଶ୍ରୀ କାଲି ରାମ ମାଝୀ ଏବଂ ବହୁ କାର୍ଯ୍ୟକର୍ତା ମାନେ ଯୋଗ ଦେଇ ଥିଲେ |