ପୁରା ଖବର ବିଷୟରେ



ଦୁଇ ବାଇକ ମୁହାଁ ମୁହିଁ ଧକ୍କା ,ତିନି ଗୁରୁତର ।

Jan 21 2022 9:20AM
(ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ତୁମ୍ବର୍ଲା ଫାଣ୍ଡି ଅନ୍ତର୍ଗତ ବାବାଜୀ ଗୁଡା ନିକଟରେ ଦୁଇ ବାଇକ ମୁହାଁ ମୁହିଁ ଧକା ହୋଇ ତିନି ଜଣ ଗୁରୁତର ଆହତ ହୋଇଛନ୍ତି | ତିନି ଜଣଙ୍କୁ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଉଦ୍ଧାର କରି ନିଜ ଗାଡିରେ ପାପଡାହାଣ୍ଡି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ | ପ୍ରାଥମିକ ଚିକିତ୍ସା ପରେ ସମସ୍ତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି | ସୂଚନା ମୁତାବକ ସଦନ ଗୌଡ଼ ଓ ବଳଦେବ ଭତ୍ରା ଏକ ବାଇକରେ ନିଜ ଗ୍ରାମ ଖରକି ରୁ ମଇଦଲପୁର ଆଡକୁ ଯିବା ସମୟରେ ବିପରୀତ ଦିଗରୁ ଆସୁଥିବା ତୁଲାରାମ ହରିଜନଓ ତାଙ୍କ ସାଥିଙ୍କ ବାଇକ ସହ ଧକା ହୋଇଥିଲା | ବଳଦେବ ଓ ସଦନ ଗୁରତର ହୋଇଥିବା ବେଳେ ସେହି ରାସ୍ତା ଦେଇ ଡାବୁଗାଁର ପୂର୍ବତନ ବିଧାୟକ ଭୁଜବଳ ମାଝୀ ଯିବା ସମୟରେ ଆହତଙ୍କୁ ଉଦ୍ଧାର କରିଥିଲେ | ଖବର ପାଇ ତୁମ୍ବର୍ଲା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି |