ପୁରା ଖବର ବିଷୟରେ



ତୃତୀୟ ଓ ଚତୃର୍ଥ ଦିନରେ ରାୟଗଡା ଉପଖଣ୍ଡର ୨୯ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ କରିଛନ୍ତି

Jan 20 2022 8:02PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ବିଶେଷ ଭାବେ ଜିଲ୍ଲା ପରିଷଦ ନିର୍ବାଚନକୁ ଚାହିଁ ବସିଛନ୍ତି ରାଜନୈତିକ ସମୀକ୍ଷକ | ଆଜି ନାମାଙ୍କନରେ ତୃତୀୟ ଓ ଚତୃର୍ଥ ଦିନରେ ରାୟଗଡା ଉପଖଣ୍ଡର 29ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ନାମାଙ୍କନ କରିଛନ୍ତି | କାଶୀପୁର, ରାୟଗଡ଼ା, କଲ୍ୟାଣସିଂହପୁର ଏବଂ କୋଲନରା ବ୍ଳକର ଜିଲ୍ଲା ପରିଷଦ ଜୋନ ପାଇଁ ଅଜି ପର୍ଯ୍ୟନ୍ତ କଂଗ୍ରେସ ଦଳ ତରଫରୁ କଲ୍ୟାଣ ସିଙ୍ଗପୁର B zone ପାଇଁ ସ୍ୱଥୀ ସତାନା, ରାୟଗଡା A zone ପାଇଁ ରାଜା ମେଲାକା, କଲ୍ୟାଣ ସିଙ୍ଗପୁର B zone ପାଇଁ ସାଦନା ଶିବାନୀ ଏବଂ କଲ୍ୟାଣ ସିଙ୍ଗପୁର A zone ପାଇଁ ଆଶ୍ବିନୀ କୁମାର ମହାପାତ୍ର ଏହି 4 ଜଣ ଜିଲ୍ଲା ପରିଷଦ ପାର୍ଥି ପତ୍ର ଦାଖଲ ହୋଇଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ରେ କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, ସୁନୀଲ ଚନ୍ଦ୍ର ପଣ୍ଡା, ରାୟଗଡା ଟାଉନ ସଭାପତି ଏମ ଶଙ୍କର ରାଓ ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ