ପୁରା ଖବର ବିଷୟରେ



ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାଙ୍କ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ । ରିପୋର୍ଟ : ପ୍ରସାଦ ଲିମା,

Jan 19 2022 9:12PM
ରିପୋର୍ଟ : ପ୍ରସାଦ ଲିମା, ରାୟଗଡା ଜିଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ଗୁଡାରି ସଦର ମହକୁମା ସ୍ଥିତ ଗାନ୍ଧିନଗର ସୌରା ସାହି ବସ୍ତିରେ ଓଡିଶା ସରକାରଙ୍କ ଗୃହନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଜାଗା ସମ୍ପର୍କ ମାଧ୍ୟମରେ ବସ୍ତି ବାସିନ୍ଦାମାନଙ୍କ ଦକ୍ଷତାବୃଦ୍ଧି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ଶିଶୁ ବିଦ୍ୟା ମନ୍ଦିର ପକ୍ଷରୁ ପ୍ରାରମ୍ଭିକ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀ ଗାଇବ ସହ ଭକ୍ତି ସଂଗୀତରେ ଜଗନ୍ନାଥଙ୍କ ଫୋଟ ଛବିରେ ପୁଷ୍ପ ଅର୍ପଣ ପୂର୍ବକ ନୃତ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଅତିରିକ୍ତ ତହସିଲଦାର ଫେର୍ଡିନାଣ୍ଡ ଏକ୍କା,ନିର୍ବାହୀ ଅଧିକାରୀ ଶୋଭା ଭୂଷଣ ଶବର, CMM ଶ୍ରୀମତି ସ୍ବର୍ଣ୍ଣଲତା ବେହେରା, ସଂଯୋଜିକା ଶ୍ରୀମତି ଇତିଶ୍ରୀ ତ୍ରିପାଠୀ, ମୁକ୍ତା ପ ପ୍ରୋଗ୍ରାମ କୋଡିନେଟର ଆଦିତ୍ୟ ଗୌଡ଼,JE ଗିରିଶ ଚନ୍ଦ୍ର ମିଶ୍ର, ଏସଡ଼ିଏ ସଭାପତି ଜଗଦୀଶ ନାୟକ, ସମ୍ପାଦକ ରାଜୁ କୁମାର ପ୍ରଧାନ ସମେତ ମଞ୍ଚସିନ ରହି ସରକାରଙ୍କ ଜାଗା ମିଶନ ସମ୍ପର୍କରେ ବସ୍ତି ବାସିନ୍ଦାଙ୍କୁ ଅବଗତ କରାଇଥିଲେ । ଶେଷରେ ବସ୍ତିର ଶିଶୁ କଳାକାର ମାନଙ୍କ ଦ୍ୱାରା ଆଧୁନିକ ନୃତ୍ୟ ସହ ସଭା ସାଙ୍ଗ କରାଯାଇଥିଲା ।