ପୁରା ଖବର ବିଷୟରେ



ଓଡ଼ିଶା ସେଲସ୍ ରିପ୍ରେଜେଣ୍ଟେଟିଭ ୟୁନିଅନ ସଂଘ ତରଫରୁ ଧର୍ମଘଟ

Jan 19 2022 12:39PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା : ସକାଳେ ୧୦ ଙ୍ଘଟିକା ସମୟରେ ଓଡ଼ିଶା ସେଲସ ରିପ୍ରେଜେଣ୍ଟେଟିଭ ୟୁନିଅନ ରାୟଗଡା ସଂଘ ତରଫରୁ ଧର୍ମଘଟ ଡାକରା ଦିଆଯାଇଛି। ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମଖରେ ଏବଂ କପିଳାଷ ଛକରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେମାନଙ୍କ ମୁଖ୍ୟ ଦାବିଗୁଡିକ ହେଲା ଦରମାନିର୍ଦ୍ଧାରଣ ୨୫୦୦୦ ଟଙ୍କା, ସମୟ ୦୮ ଘଣ୍ଟା, ଅନଲାଇନ୍ ବିକ୍ରୟ ଓ ବିଭିନ୍ନ ଦାବି କୁ ନେଇ ଏହି କାର୍ଯ୍ୟକ୍ରମରେ ସଂଘର ସଭାପତି ବି ରାଜେଶ କୁମାର, ସେକ୍ରେଟାରୀ ପୁର୍ଣ୍ଣ ଚନ୍ଦ୍ର ପାଣିଗ୍ରହୀ କୋଷାଧ୍ୟକ୍ଷ ଶିବରାମ ପଣ୍ଡା ପ୍ରମୁଖ ଅନେକ ସଦସ୍ଯ ମାନେ ଉପସ୍ଥିତ ଥିଲେ।