ପୁରା ଖବର ବିଷୟରେ



ମୁଁହରେ ଲଙ୍କା ଗୁଣ୍ଡ ଫିଙ୍ଗି ସୁନାର ମଙ୍ଗଳସୂତ୍ର ଝାମ୍ପ ନେଲେ ଦୁର୍ବୃତ୍ତ

Jan 18 2022 1:33PM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା ସହରରେ ଦିନ ୧୦ ଘଟିକା ସମୟ ରେ ମୁଖ୍ୟବଜ଼ାର ରେ ଥିବା ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଡେଲି ମାର୍କେଟ ଯିବା ରାସ୍ତାରେ ଥିବା ଘର ସେହି ଘର ପଛ ପଟରୁ ଦୁର୍ବୁତ୍ତ ଆସି ଘର ଭିତରକୁ ପଶି ମହିଳାଙ୍କ ମୁଁହରେ ଲଙ୍କା ଗୁଣ୍ଡ ଫିଙ୍ଗି ୧୫ଗ୍ରାମର ସୁନାର ମଙ୍ଗଳ ସୂତ୍ର ଝାମ୍ପି ନେଇ ଖସି ପଳାଇଥିବା ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି| ରାୟଗଡା ରେ ଦିନକୁ ଦିନ ଏ ଭଳି ଘଟଣା ବାରମ୍ବାର ଘଟୁଥିବାରୁ ପୋଲିସ ଉପରେ ଜଣସାଧାରଙ୍କ ଆସ୍ଥା ତୁଟି ଯାଉଥିବା ସୁଣିବାକୁ ମିଳୁଛି ।