ପୁରା ଖବର ବିଷୟରେ



ନବରଙ୍ଗପୁର ରେ କରୋନା ସଂକ୍ରମଣ କୁ ରୋକିବାପାଇଁ ଜିଲ୍ଲାପାଳ କଂ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ

Jan 14 2022 11:17AM
(ଓଡ଼ିଶା ବ୍ୟୁରୋ ହେଡ ଗୁରୁପ୍ରସାଦ ପଣ୍ଡାଙ୍କ ରିପୋର୍ଟ) ଦିନକୁ ଦିନ କରୋନା ର ଦୃତ ସଂକ୍ରମଣ ହେତୁ ନବରଙ୍ଗପୁର ଜିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ରଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ଧର୍ମାନୁଷ୍ଠାନ ର ବ୍ୟକ୍ତି ବିଶେଷ ଏବଂ ପୂଜକମାନେ ଯୋଗ ଦେଇଥିଲେ। ଜିଲ୍ଲାରେ କରୋନା ସଂକ୍ରମଣ କୁ ରୋକିବା ନିମନ୍ତେ ଜିଲ୍ଲାପାଳ ଡ଼ଃ ମିଶ୍ର ସମସ୍ତଙ୍କ ସହଯୋଗ କାମନା କରିବା ସହିତ ଜିଲ୍ଲାରେ ଥିବା ସମସ୍ତ ମନ୍ଦିର, ମସଜିଦ୍ ଏବଂ ଗୀର୍ଜା ମାନଙ୍କରେ କେବଳ ପ୍ରତି ଦିନର ଯାହା ନୀତିକାନ୍ତି ରହିଛି ତାହା କରିବା ସହ ଅନାବଶ୍ୟକ ଗହଳି ନ କରିବାକୁ ଅନୁରୋଧ କରିବାସହ ଆସନ୍ତା ୩୧.୧.୨୦୨୨ ତାରିଖ ପର୍ଯ୍ୟନ୍ତ ଭକ୍ତ ମାନଙ୍କ ପ୍ରବେଶ କୁ ବାରଣ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ଟି କୁ ବୈଠକ ରେ ସମସ୍ତେ ସମ୍ମତି ଜଣାଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ସଦର ତହସିଲଦାର ରବୀନ୍ଦ୍ର କୁମାର ରାଉତ, ଡେପୁଟି ଜିଲ୍ଲାପାଳ ମୌସୁମୀ ନାୟକ, ରାଜ ପୁରୋହିତ ନରସିଂହ ତ୍ରିପାଠୀ, ନବରଙ୍ଗପୁର ଥାନା ଆଇଆଇସି ତାରିକ ଅହମ୍ମଦ, ତ୍ରିପତି ବାଲାଜୀ ସାହୁ, ଅଶୋକ ଦେଓ, ଦେବଦାସ ମହାଙ୍କୁଡ, ଧନପତି ନାୟକ, ନବରଙ୍ଗପୁର ଜିଲ୍ଲା ଜଗନ୍ନାଥ ମନ୍ଦିର ଶ୍ରୀଜଗନ୍ନାଥ ନୀତି ପରିଚାଳନା ନିଯୋଗ ସଭାପତି ନରେଶ କୁମାର ତ୍ରିପାଠୀ , ଉପ ସଭାପତି ଭବାନୀ ଶତପଥୀ , ନିଯୋଗର ସାଧାରଣ ସମ୍ପାଦକ କୁନା ପାତ୍ର , ଭଣ୍ଡାର ଘରଣୀ ମନ୍ଦିର ପୂଜକ ବାବୁନୁ ରଥ , ରାଜୀବ ପୂଜାରୀ , ଭଣ୍ଡାର ଘରଣୀ ମନ୍ଦିର କମିଟିର ପରେଶ ମିଶ୍ର (ଟନୀ) , ରାଜୁସ।ହି ଗଣେଶ ମନ୍ଦିର ପକ୍ଷରୁ ଶାନ୍ତନୁ ପାତ୍ର , ଚୈତନ୍ୟ ମନ୍ଦିର ପୂଜକ ବୁନୁ ପାତ୍ର , ହନୁମାନ ମନ୍ଦିର ପୂଜକ ଚିନୁ ଦାସଙ୍କ ସମେତ ନବରଙ୍ଗପୁରର ସମସ୍ତ ମନ୍ଦିର ପୂଜକ , ନବରଙ୍ଗପୁର ଚର୍ଚ୍ଚର ନିରୂପ ରାଜ ସୁକୁଦୁଲାରୀ ଏବଂ ମସଜିଦ କମିଟି ପକ୍ଷରୁ କେ.ପି. ନାସିର ପ୍ରମୁଖ ଉପସ୍ଥିତ ରହିଥିଲେ ।