ପୁରା ଖବର ବିଷୟରେ



ନୂତନ ଅତିରିକ୍ତ ଜିଲ୍ଲା ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା

Jan 13 2022 10:21AM
ନୂତନ ଅତିରିକ୍ତ ଜିଲ୍ଲା ଜଜ୍ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନବରଙ୍ଗପୁର ଶ୍ରୀ ଶିବ ପ୍ରସାଦ ମିଶ୍ର ଆଜି ନବରଙ୍ଗପୁର ର ନୂତନ ଅତିରିକ୍ତ ଜିଲ୍ଲା ଜଜ୍ ଭାବେ ଯୋଗଦେଇଛନ୍ତି । ଜିଲ୍ଲା ଆଇନଜୀବୀ ସଂଘ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ଭୁବନେଶ୍ୱର ୱ।କଫ୍ ଟ୍ରିବ୍ୟୁନାଲ ରେ ଏଥି ପୂର୍ବରୁ ଅବସ୍ଥାପିତ ଥିଲେ। ସଂଘ ସଭାପତି ଆଶିଷ ରଂଜନ ପଟ୍ଟନାୟକ, ସମ୍ପାଦକ ରାମ ପ୍ରସାଦ ପାତ୍ର, ରାଜ୍ୟ ଆଇନଜୀବୀ ପରିଷଦ ର ପୂର୍ବତନ ସଦସ୍ୟ ବିଷ୍ଣୁ ପ୍ରସାଦ ପାତ୍ର, ଯୁଗ୍ମ ସମ୍ପାଦକ ସନ୍ତୋଷ ନାୟକ, ସରକାରୀ ଆଇନଜୀବୀ ସନ୍ତୋଷ ମିଶ୍ର, ସିରାଜୁଦ୍ଧିନ ଅହମ୍ମଦ, ସଞ୍ଜୟ ପ୍ରଦୀପ ସୁନା, ଗୋପାଳ କୃଷ୍ଣ ପାଣିଗ୍ରାହୀ, ଗୋପାଳ କୃଷ୍ଣ ଶତପଥୀ, ପଙ୍କଜିନୀ ତ୍ରିପାଠୀ, ରାକ୍ଷୀ ଜୈନ, ସଦାଶିବ ସାହୁ ପ୍ରମୁଖ ଯୋଗଦେଇଥିଲେ।