ପୁରା ଖବର ବିଷୟରେ



ଚକ ଅଖ ବନ୍ଦ ସମୟ ରେ 4 ଜଣ ଆନ୍ଦୋଳନକାରି ଗିରଫ

Jan 13 2022 7:50AM
(ରାୟଗଡା ରୁ ରମେଶ ଇପିଲିଙ୍କ ରିପୋର୍ଟ) ରାୟଗଡ଼ା: ରାୟଗଡା ଜିଲ୍ଲା କୁମ୍ଭୀକଟା ଥାନା ଅନ୍ତର୍ଗତ ରାଫକଣା ଛକରେ ଚକ ଅଖ ବନ୍ଦ ଆନ୍ଦୋଳନସମୟ ରେ ପୋଲିସ ଓ ଆନ୍ଦଳନକାରୀମାନେ ଧସ୍ତାଧସ୍ତି ହୋଇଥିଲା ଓ 04 ଜଣ ଅଞଚଳବାସୀଙ୍କୁ ଘଟଣାସ୍ଥଳରୁ ଜବରଦସ୍ତି କରି ଗିରଫ କରିଥିଲେ ପୋଲିସ ପ୍ରଶାସନ। ଏହି ସମୟ ରେ ରାୟଗଡ଼ାରୁ କୋରପୁଟ ଲୋକସଭା ସାଂସଦ ଶ୍ରୀ ସପ୍ତଗିରୀ ଉଲକା,କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀ ଦୁର୍ଗା ପ୍ରସାଦ ପଣ୍ଡା, କଂଗ୍ରେସ ବିଧୟକ ପାର୍ଥୀ ଶ୍ରୀ ଅପଲ୍ ସ୍ବାମୀ ପ୍ରମୁଖ ବ୍ୟକ୍ତି ଉପସ୍ଥିତ ରହି ପୁଣି ରାସ୍ତା ଅବରୋଧ କରି କଂଶାରୀ ଗୁଡା ଠାରେ ହେବାକୁ ଥିବା ଅଦିତ୍ୟ ବିର୍ଲା କମ୍ପାନୀ ଆଜକୁ ୧୭ ବର୍ଷ ବିତିଗଲେ ମଧ୍ୟ କୈାଣସି କମ୍ପାନୀ ହେବାର ନାଁ ନେଉନାହିଁ। ତେବେ ଗତ କିଛି ମାସ ତଳେ 40ଟି ଗ୍ରାମ ର ସମସ୍ତ ଗ୍ରାମବାସୀ ଙ୍କ ଉପସ୍ଥିତି ରେ ଏକ ଜନସୁଣାଣି ହେଇଥିଲା। କିନ୍ତୁ ଉକ୍ତ ଜନସୁଣାଣି ରେ ଉତ୍କଳ ଆଲୁମିନା କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପସ୍ଥିତି ରେ ୩ ମାସ ଟାଇମ୍ ମାଗିଥିଲେ, କିନ୍ତୁ ୩ ମାସରୁ ଉର୍ଦ୍ଧ୍ବ ହେଇଗଲାଣି ଏ ପର୍ଯ୍ୟନ୍ତ କୌଣସି ସୁଚନା ମିଳି ନାହିଁ। ଏହି ସମସ୍ୟା କୁ ନେଇ ପୂର୍ବରୁ ଯେଉଁ ୦4 ଜଣ ଗିରଫ ହୋଇଥିଲେ ସେମାନଙ୍କୁ ଛାଡ଼ିଲା ପରେ ଆନ୍ଦୋନକାରୀମାନେ ଏକ ସ୍ମାରକ ପତ୍ର ରାୟଗଡ଼ା ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କୁ ପ୍ରଦାନ କରିଥିଲେ ଏବଂ ଆନ୍ଦଳନକାରୀମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ପ୍ରଶାସନ ଏହି ବିଷୟରେ ଆଲୋଚନା କରି ଖୁବ ଶୀଘ୍ର ସମାଧାନ କରିବେ ବୋଲି ପ୍ରକାଶ କରିଥିଲେ। ବହୁ ସଂଖ୍ୟା ରେ ସେହି ଅଂଚଳ ବାସି ଏହି ଆନ୍ଦୋଳନ ରେ ଉପସ୍ଥିତ ହୋଇଥିଲେ |