ପୁରା ଖବର ବିଷୟରେ



ମୁସ୍ତଫାପୁର ପଞ୍ଚାୟତ ମୌଜାର ଖାତା ନମ୍ବର ୬୧୪ ରେ ଥିବା ୫୩ ପ୍ଲଟରୁ ୨୩ ଏକର ଜମି ଜବରଦଖଲ ଉଚ୍ଛେଦ

Jan 13 2022 7:42AM
(ଧାମନଗର ରୁ ରଞ୍ଜନ କୁମାର ମଲ୍ଲିକ କଂ ରିପୋର୍ଟ) ତେଣୁ ଏହା ଉପରେ ଶୁଣାଣି କରି ହାଇକୋର୍ଟ ଭଦ୍ରକ ଜିଲ୍ଲାପାଳ ଏବଂ ଧାମନଗର ତହସିଲଦାରଙ୍କୁ ୨୦୨୨ ଜାନୁଆରୀ ୧୨ ତାରିଖ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବା ପାଇଁ ନିର୍ଦେଶ ଦେଇଥିଲେ। ଏହି ନିର୍ଦେଶ ବଳରେ ୨୦୨୧ ଡିସେମ୍ବର ମାସ ୩୧ ତାରିଖ ଭାଙ୍ଗିବା ପାଇଁ ଧାମନଗର ତହସିଲ ପକ୍ଷରୁ ଜବରଦଖଲକାରୀଙ୍କୁ ନୋଟିସ କରାଯାଇଥିଲା। ଏହି ତାରିଖରେ ଭଦ୍ରକ ଉପଜିଲ୍ଲାପାଳ ମନୋଜ ପାତ୍ର ଆସି ସ୍ଥାନ ପରିଦର୍ଶନ କରିଥିଲେ ଏବଂ ଭାଙ୍ଗିବା ପାଇଁ ଯୋଜନା କରିଥିଲେ। କିନ୍ତୁ ଜବରଦଖଲ ଉଛେଦ ନକରି ଫେରିଯାଇଥିଲେ। ପୁଣି ଆଜି ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କେବଳ ଗୋଟିଏ ଦୁଇଟି ଦୋକାନ (କେବିନ) ଭାଙ୍ଗିଛନ୍ତି ଓ ଆଉ କିଛି ବାଡ଼ ସଫା କରିଛନ୍ତି। ଯାହାକି ହାଇକୋର୍ଟଙ୍କ ନିର୍ଦେଶକୁ ସମ୍ପୂର୍ଣ୍ଣ ଅବମାନନା କରି ମନଇଛା କାମ କରିଛନ୍ତି ଧାମନଗର ତହସିଲଦାର କ୍ଷୀରୋଦ ପଣ୍ଡା ଓ ଅତିରିକ୍ତ ତହସିଲଦାର ଅନୁପ ବେହେରା,ରେଭିନ୍ୟୁ ସୁପରଭାଇଜର ଇନ୍ଦ୍ରମଣି ମଲ୍ଲିକ,  ସ୍ଥାନୀୟ ଆରଆଇ ବିଜୟ ବେହେରା, ଶରତ ମହାନ୍ତି, ପୋଲିସ ଏସଡିପିଓ ବିଜୟକୃଷ୍ଣ ମହାପାତ୍ର, ଧାମନଗର ଆଇଆଇସି ଶ୍ରୀବଲ୍ଲଭ ସାହୁଙ୍କ ସହ ୧୫ ଜଣ  ପୋଲିସ ଅଧିକାରୀ ଓ ଦେଢ଼ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ବିଦ୍ୟୁତ ବିଭାଗର ଯନ୍ତ୍ରୀ ଉପସ୍ଥିତ ଥିଲେ ।