ପୁରା ଖବର ବିଷୟରେ



ବାରିଝୋଲ ଗ୍ରାମରେ ୧୦୦୦୦୦ ଲିଟର ଜଳ ଭଣ୍ଡାର ଉଦଘାଟିତ।*

Jan 9 2022 11:57AM
(ରାୟଗଡାରୁ ରମେଶ ଇପିଲିଙ୍କ ରିପୋର୍ଟ) ସକାଳେ ୦୯ ଘଣ୍ଟା ସମୟରେ ରାୟଗଡ଼ା ଜିଲ୍ଲାର ରାୟଗଡ଼ା ବ୍ଲକର ହାଲୁଆ ଗ୍ରମପଞ୍ଚାୟତ ଅନ୍ତର୍ଗତ ବାରିଝୋଲା ଗ୍ରାମ ରେ ବହୁ ବାର ଚେଷ୍ଟା କଲାପରେ ବାରିଝୋଲା ଗ୍ରାମବାସୀଙ୍କୁ ପାଣିର ସୁବିଧା ହେଲା। ଏହି ଗ୍ରାମରେ ଭୂମି ତଳେ ଜଳ ସ୍ରୋତ ପ୍ରବାହିତ ନ ଥିବାରୁ ବହୁ ବାର ନଳକୁପ ଖୋଲିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଏହି ଗ୍ରାମରେ ୨୬୩ ଘର ଲୋକ ବସବାସ କରନ୍ତି। ୨୪୬ ଘରକୁ ପାନୀୟ ଜଳ ଯୋଗାଣ ହେଇଛି, ୫୨ ଲକ୍ଷ ବ୍ୟୟ ରେ ୧୦୦ ୦୦୦ ଲିଟର କ୍ଷମତା ବିଶିଷ୍ଟ ଉତିତ୍ ଜଳ ଭଣ୍ଡାର ସରକାରଙ୍କ ବସୁଧା ଜଳ ଯୋଜନା ରେ ଅନ୍ତର୍ଗତ ଜଳ ଭଣ୍ଡାର ଉଦଘାଟିତ ହେଇଛି। ଆଜି କାର୍ଯ୍ୟକ୍ରମରେ ରାଜ୍ୟ ସଭା ସଦସ୍ୟ ଶ୍ରୀ ଏନ ଭାସ୍କର ରାଓ ଓ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସରକା ସ୍ଵାଧୀନ ବିଧାୟକ ପlର୍ଥି ମକରନ୍ଦ ମୁଦୁଲି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ଶ୍ରୀମତୀ ଅମ୍ବିକା ବିଡ଼ିକା ଜିଲ୍ଲା ପରିଷଦ ସଭ୍ୟ , ଶ୍ରୀମତୀ ସରସ୍ଵତି ବିଡିକା ହାଲୁଆ ପଞ୍ଚାୟତ ସରପଞ୍ଚ ଅନ୍ୟ ପ୍ରମୁଖ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ । ରାଜ୍ୟ ସଭା ସଦସ୍ୟ ଶ୍ରୀଏନ ଭାସ୍କର ରାଓ ଓ ଅନୁସୂଚିତ ଜନଜାତି ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା ଦ୍ଵିପ ପ୍ରଜ୍ବଳନ କରି ଓ ଫିତା କାଟି ଏହି ୧୦୦୦୦୦ କ୍ଷମତା ବିଶିଷ୍ଟ ଜଳଣ୍ଡାର ଉଦଘାଟନ କରିଥିଲେ।