ପୁରା ଖବର ବିଷୟରେ



ଜୟପାଟଣା ଥାନାଧିକାରୀ ଙ୍କ ଉପରେ ଆକ୍ରମଣ

Jan 9 2022 11:45AM
(କଳାହାଣ୍ଡିରୁ ରଜନିକାନ୍ତ ଛତ୍ରିଆ କଂ ରିପୋର୍ଟ) ଅଭିଯୁକ୍ତକୁ ଧରିବାକୁ ଯାଇ ଜୟପାଟଣା ଥାନା ଧିକାରୀ ଆକ୍ରମଣ ର ଶିକାର ହୋଇ ଛନ୍ତି । ମୂଖିଗୁଡା ଓ ଏଚ ପି ସି କଲୋନୀ ମଧ୍ୟରେ ରହୁଥିବା ଜଣେ କର୍ମଚାରୀ ଅନ୍ୟ ଦୁଇ ଜଣଙ୍କ ଉପରେ ମାରନାନ୍ତକ ଆକ୍ରମଣ କରିଥିବା ଜୟପାଟଣା ଥାନାରେ ସୂଚନା ଦିଆ ଯାଇଥିଲା |ସୂଚନା ପାଇ ଜୟପାଟଣା ଥାନା ଅଧିକାରୀ ସଦଳବଳେ ଅଭିଯୁକ୍ତଙ୍କୁ ଧରିବାକୁ ଯାଇ ତାରି ଆକ୍ରମଣ ରେ ଅଧିକାରୀ ମଧ୍ୟ ଆକ୍ରମଣ ର ଶିକାର ହୋଇଥିବା ଜଣା ପଡିଛି |ସୂଚନାରୁ ପ୍ରକାଶ ଯେ ମୂଖିଗୁଡା ଓ ଏଚ ପି ସି ରେ କାର୍ଯ୍ୟରତ କୁଳମଣି ରଥ ଓ ତାଙ୍କ ପୁଅ ପୂର୍ଣ୍ଣ ଚନ୍ଦ୍ର ରଥ ସନ୍ଧ୍ୟା ସମୟରେ ପାରିବାରିକ କଳହ କୁ କେନ୍ଦ୍ର କରି ପଡୋଶୀ କାଲି ଚରଣ ଭୂଇଁଆଁ ଓ ପୁଅ ଦୁତି କୃଷ୍ଣ ଙ୍କ ଉପରେ ଧାରୁଆ ଅସ୍ତ୍ର ରେ ଆକ୍ରମଣ କରିଥିଲେ |ଉଭୟ ଗୁରୁତର ଅବସ୍ଥା ରେ ଥାଇ ଜୟପାଟଣା ଥାନାରେ ରିପୋର୍ଟ ଦେବା ପରେ ରାତି୮ଟା ବେଳେ ଥାନାଧିକାରୀ ବାସୁଦେବ ଛତ୍ରିଆ ଦଳ ବଳ ନେଇ ଅଭିଯୁକ୍ତ ଙ୍କ ଘରେ ପହଁଚିଲା ବେଳେ କୂଳମଣି ପ୍ରଥମେ ଗରମ ପାଣି ଫିଙ୍ଗି ଥିଲା ଏବଂ ପରେ ଏକ ଧାରୁଆ ଅସ୍ତ୍ର ରେ ଥାନା ଅଧିକାରୀ ଙ୍କ ଗାଲ ରେ ଆକ୍ରମଣ କରିଥିଲା |ଥାନା ଅଧିକାରୀ ଜୟପାଟଣା ଡାକ୍ତର ଖାନା ରେ ଚିକିତ୍ସା ନେଇ ଥିବା ବେଳେ କାଳୀ ଚରଣ ଭୂଇଁଆଁ ଙ୍କ ଅବସ୍ଥା ଉଦବେଗ ଜନକ ଥିବାରୁ ଭବାନୀ ପାଟଣା ଡାକ୍ତର ଖାନାକୁ ସ୍ଥାନାନ୍ତର କରାଯାଇଛି |ପୁଅ ରେ ହାତରେ ଶକ୍ତ ଆଘାତ ଲାଗିଛି |ଥାନା ଅଧିକାରୀ ଆହତ ଥିବା ସତ୍ୱେ ଦୁଇ ଅଭିଯୁକ୍ତ ଙ୍କୁ କାବୁ କରି ଥାନାରେ ଅଟକ ରଖି ଥିବା ସୂଚନାରୁ ପ୍ରକାଶ |ଗତକାଲି ଜୟପାଟଣା ଥାନା ରେ ବାସୁଦେବ ଛତ୍ରୀଆ ଯୋଗ ଦେଇଥିଲେ ।