ପୁରା ଖବର ବିଷୟରେ



ବିଭିନ୍ନ ଦାବି ନେଇ ବିଜେପି ଯୁବମୋର୍ଚ୍ଚାର ରଣହୁଙ୍କାର

Jan 8 2022 7:47PM
(ରାୟଗଡା ରୁ ରମେଶ ଇପିଲିଙ୍କ ରିପୋର୍ଟ) ପଦ୍ମପୁର: ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ପାର୍ଟି ସଭାପତି ଶିବ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ବରେ ପଦ୍ମପୁର ବ୍ଲକର ଖିଲାପଦର ରାସ୍ତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛିଯାଇଛି । ଏହି ସମ୍ବାଦିକ ସମ୍ମିଳନୀର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପଦ୍ମପୁର ବ୍ଲକର ବିଭିନ୍ନ ପ୍ରକାର ଦୁର୍ନୀତି, ଅନିୟମିତତା ଯଥା ପଦ୍ମପୁରକୁ ନିୟମିତ ଜଳ ଯୋଗାଣ, ପଦ୍ମପୁର କୁ ଏନଏସି ଘୋଷଣା କରିବା, ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ପ୍ରତିଗ୍ରାମକୁ ଉନ୍ନତ ମାନର ରାସ୍ତା ତିଆରି କରିବା, ବାରମ୍ବାର ବିଜୁଳିକାଟ କୁ ବନ୍ଦ କରିବା, ସୁନାପାଲି, ରାଢୁଗୁଡା, ପିତାମ୍ବର ପଲ୍ଲୀ ଭଳି ଗ୍ରାମର ଭୂମିହୀନଙ୍କୁ ପଟ୍ଟା ପ୍ରଦାନ, ପିଏମ ଆବାସ ଯୋଜନାରେ ଘର ପ୍ରଦାନ, ଡାକ୍ତରଖାନା, ବ୍ଲକ,ତହସିଲ ଓ ବିଭିନ୍ନ ସରକାରୀ ଅଫିସରେ କର୍ମଚାରୀ ଯୋଗାଇ ଦେବା, ପଦ୍ମପୁର ରେ ଏକ ସ୍ଥାଇ କୋର୍ଟ ପ୍ରତିଷ୍ଠା କରିବା, ଏକ କ୍ଷୁଦ୍ର ଶିଳ୍ପ ପ୍ରତିଷ୍ଠା କରି ସ୍ଥାନୀୟ ଯୁବକ ଯୁବତୀଙ୍କୁ ନିଯୁକ୍ତି ଓ ରୋଜଗାର ପାଇଁ ବ୍ୟବସ୍ଥା କରିବା, ନୂତନ ବସଷ୍ଟାଣ୍ଡ ସ୍ଥାପନ କରିବା, ସ୍ୱଚ୍ଛ ଭାରତ ମିଶନରେ ସଠିକ ଭାବରେ ପରିଚାଳନା କରିବା, କେନ୍ଦୁଗୁଡା ବଡନାଳ ଡ୍ୟାମ୍‌ର ପାଣିକୁ କେନ୍ଦୁଗୁଡା ନିକଟସ୍ଥ ଜମି ଗୁଡିକୁ ଜଳ ଯୋଗାଣ କରିବା, ଓ ପର୍ଯ୍ୟଟନସ୍ଥଳୀ ଘୋଷଣା କରିବା ଚାଷୀ ମାନଙ୍କୁ ପ୍ରଧାନମନ୍ତ୍ରୀ କୃଷି ବୀମା ରେ ୬୦୦୦ ଟଙ୍କା ପ୍ରଦାନ କରିବା। ୧୦ ବର୍ଷ ହେବ ବନ୍ଦ ଥିବା ମାର୍କ ବେୱାଡ଼ ସଂସ୍ଥା କୁ ପଦ୍ମପୁର ରେ ପୁଣି କାର୍ଯ୍ଯକ୍ଷମ କରିବା। ପଦ୍ମପୁର ରେ ବିଭିନ୍ନ ଆନୁଷଙ୍ଗିକ ବ୍ୟବସ୍ଥା କରିବା ସହ ବାଇପାସ ରୋଡ୍ କରିବା ଇତ୍ୟାଦି । ଏଭଳି ବିଭିନ୍ନ ପ୍ରସଙ୍ଗ ପ୍ରଶାସନ ତୁରନ୍ତ ସମାଧାନ ନ କଲେ ଭାରତୀୟ ଜନତା ପାର୍ଟି ପଦ୍ମପୁରମଣ୍ଡଳ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍ ଲାଗି ଲଢେଇ କରିବା ସହ ବ୍ଲକ କାର୍ୟ୍ଯଳୟ ଘେରାଓ କରିବ ବୋଲି ମଣ୍ଡଳ ସଭାପତି ରାମକୃଷ୍ଣା ନାଇଡୁ, ଉତ୍ତରା ସାହୁ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ରାୟଗଡ଼ା ଜିଲ୍ଲା ଭାରତୀୟ ଜନତା ଯୁବ ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶ, ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ କିଶୋର ଚନ୍ଦ୍ର ପଣ୍ଡା, ଜିଲ୍ଲା ଉପସଭାପତି ଉଦୟ ପାଢ଼ୀ, ରାୟଗଡ଼ା ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି ଗୋପାଳ ପାଢ଼ୀ, ଜିଲ୍ଲା କାର୍ୟ୍ଯକାରିଣୀ ସଦ୍ୟସ ରମେଶ ପଣ୍ଡା ଜଗଦୀଶ ସାହୁ, ଜିଲ୍ଲା ଯୁବମୋର୍ଚ୍ଚା କୋଅର୍ଡିନେଟର ମାନସ ଦାସ,ଜ଼ିଲ୍ଲା ଯୁବମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ସାହୁ, ସମେତ ବହୁ ବିଜେପି କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ ।