ପୁରା ଖବର ବିଷୟରେ



ଶରତ ଅଞ୍ଚଳ ର ବିକାଶ ମୂଳକ କାର୍ଯ୍ୟ କୁ ଦାବି ପୂର୍ବକ ରାଜସ୍ବ ମନ୍ତ୍ରୀ ଙ୍କ ପରିଦର୍ଶନ ବେଳେ କଳା ପତାକା ସହିତ କଲେ ଅଣ୍ଡା ମାଡ....

Jan 8 2022 6:22PM
(ମୟୁରଭଞ୍ଜ ରୁ ରାଜିବ ବେହେରାଙ୍କ ରିପୋର୍ଟ) ବିଧିବଦ୍ଧ ଭାବରେ ମୟୁରଭଞ୍ଜ ଉପଖଣ୍ଡ ଉଦଳା କପ୍ତିପଦା ଶରତ ଗସ୍ତରେ ଆସିଥିବା ରାଜସ୍ବ ମନ୍ତ୍ରୀ ସୁଦାମ ମାରେଣ୍ଡି ଏବଂ କରଞ୍ଜିଆ ବିଧାୟିକା ଙ୍କ ଗାଡି ଉପରକୁ ଶରତ ର ସାଧାରଣ ଜନତା ପ୍ରତିବାଦ ସ୍ୱରୂପ ଅଣ୍ଡା ମାଡ କରିବା ସହିତ କଳା ପତାକା ଦେଖାଇବା ର ଦୃଶ୍ୟ ଏବେ ବେଶ ଚର୍ଚ୍ଚାର ବିଷୟ ପାଲୋଟିଛି, ସୂଚନା ମୁତାବକ ଗୁରୁବାର ଅପରାହ୍ନ ସମୟରେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରେଣ୍ଡି ଏବଂ କରଞ୍ଜିଆ ବିଧାୟିକା ବାସନ୍ତୀ ହେମ୍ବ୍ରମ ଙ୍କ ଶରତ ଗସ୍ତରେ ଆସିଥିବା ବେଳେ ଶରତ ମୁଖ୍ୟ ବଜାର ନିକଟରେ ଲାବଣ୍ୟଦେଇ ପୁର ଅଞ୍ଚଳର ଆଦିବାସୀ ସମାଜ ସେଵୀ ଯୁବ ନେତା ଜଗଦୀଶ ମୁର୍ମୁ ଓରଫ (ଜୟ )ରାଜସ୍ୱ ମନ୍ତ୍ରୀଙ୍କ କାର ସମ୍ମୁଖକୁ ଆସି ଅଣ୍ଡାମାଡ଼ କରିବା ସହିତ କଳା ପତଳା ଦେଖାଇ ସୁଦାମ ମାରେଣ୍ଡି "ଗୋ ବେକ ," ସୁଦାମ ମାରାଣ୍ଡି "ମୁର୍ଦାବାଡ଼ "ନାରା ଦେଇ ତାଙ୍କ ଗାଡି ସମୂଖକୁ ଆସି ବିରୋଧ କରିଥିଲେ ।ତାଙ୍କ ବକ୍ତବ୍ୟରେ ଶରତରେ ବ୍ଲକ ସ୍ଥାପନ ସହିତ ଶରତ ଡାକ୍ତରଖାନାରେ ଡାକ୍ତର ନିଯୁକ୍ତି, ଶରତ ଠାରେ ନୂତନ ଫାୟାର ଷ୍ଟେସନ ସ୍ଥାପନ ପାଇଁ ଶରତର ଯୁବ ଆଦିବାସୀ ନେତା ତଥା ସମାଜସେବୀ ଜଗଦିଶ ମୁର୍ମୁ ଅଣ୍ଡା ମାଡ଼ ସହିତ କଳା ପତାକା ଦେଖାଇ ବିରୋଧ କରିଥିଲେ । ସିକ୍ୟୁରିଟିରେ ଥିବା ପୋଲିସ ଜଗଦିଶ ମୁର୍ମୁ, ଓରଫ "ଜୟ ମୂର୍ମୁ "କୁ ଅଟକ ରଖି ଥିବା ଜଣାପଡିଛି ।