ପୁରା ଖବର ବିଷୟରେ



ଗଛରେ ଫସିଛି ଭାଲୁ ଉଦ୍ଧାର କାର୍ଯ୍ୟରେ ବନ ବିଭାଗ

Jan 5 2022 8:15PM
ଗଛରେ ଫସିଛି ଭାଲୁ ଉଦ୍ଧାର କାର୍ଯ୍ୟରେ ବନ ବିଭାଗ ମାଲକାନଗିରି ଜିଲ୍ଲା ଗୋରାଖୁଣ୍ଟ ପଞ୍ଚାୟତ ଏମ ଭି20 ଗ୍ରାମରେ ଜଣେ ଜଙ୍ଗଲୀ ଭାଲୁ ଟି ଖାଦ୍ୟ ଅନ୍ୱେଷଣ ରେ ଗାଁ ଅଭିମୁଖେ ପଶି ଆସିଥିଲା କିନ୍ତୁ ସେ ଆଉ ଜଙ୍ଗଲ ମଧ୍ୟକୁ ଯାଇ ପାରିନଥିଲା । ତେଣୁ ଭୟରେ ଗ୍ରାମରେ ଥିବା ଏକ ଗଛ ଉପରେ ଚଢ଼ି ବସିଥିଲା । କିନ୍ତୁ ଜଣେ ଗ୍ରାମବାସି ଏହା ଦେଖିବା ପରେ ଗ୍ରାମରେ ଖବର ଦେବା ସହ ବନବିଭାବକୁ ଖବର ଦିଆ ଯାଇଥିଲା। ତେବେ ବନ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ତେବେ ଭାଲୁକୁ ଏକ ତିର ମଧ୍ୟ ଲାଗିଛି । ତେବେ ଜିଲ୍ଲାର ବିଭିନ ସମୟରେ ଜିଲ୍ଲାର ଅନେକ ଗ୍ରାମରେ ଭାଲୁ ପଶିବା ଦେଖିବାକୁ ମିଳୁଛି ।