ପୁରା ଖବର ବିଷୟରେ



ମଣ୍ଡି ଅବ୍ୟବସ୍ଥା କୁ ନେଇ ଚାଷୀଙ୍କ ରାସ୍ତା ଅବରୋଧ,

Jan 5 2022 8:11PM
(କଳାହାଣ୍ଡିରୁ ରଜନିକାନ୍ତ ଛତ୍ରିଆ କଂ ରିପୋର୍ଟ) ମଣ୍ଡିରେ ଧାନ ଉଠାଣ ଅବ୍ୟବସ୍ଥା କୁ ନେଇ ଚାଷୀ ଉତ୍ତ୍ୟକ୍ତ ହୋଇ ରାସ୍ତା ଅବରୋଧ କରିଛନ୍ତି।କଲହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ ମୋଟର ମୁଖୀଗୁଡା ରାସ୍ତା ରଣମାଲ ଛକ ନିକଟରେ ବୁଧବାର ସକାଳ ୬ଟାରୁ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଥିଲେ।ଘଟଣା ସ୍ଥଳରେ ଜୟପାଟଣା ତହସିଲଦାର ଟୁକୁଣୁ ପୁଟା ପହଂଛି ଚାଷୀଙ୍କୁ ବୁଝଗସୁଝା କରିଥିଲେ କିନ୍ତୁ କୋଣସି ସମାଧାନ ର ବାଟ ବହାରିନଥିଲା।ପରେ ଧର୍ମଗଡ଼ ଡ଼ିଏସପି ଧିରଜ କୁମାର ଚୋପଦାର, ଅତିରିକ୍ତ ଯୋଗାଣ ଅଧିକାରୀ ଖଗେଶ୍ବର ପଣ୍ଡା, ଏସିସିଓ ଭିକାରୀ ଚରଣ ସେଠ ,ଓ ଭବାନୀପାଟଣା ଡିଆରସିଏସ ପ୍ରମୋଦ କୁମାର ସାହୁ ପହଂଚି ଚାଷୀଙ୍କୁ ପ୍ରତିଶ୍ରୁତି ଦେଲାପରେ ରାସ୍ତାରୋକ ହତିଥିଲା।୧୦ ଦଫା ଦାବି ନେଇ ଚାଷୀ ଅଡ଼ି ବସିଥିଲେ।ଚଳିତ ବର୍ଷ ରଣମାଲ ସମବାୟ ସମିତିରେ ନଭେମ୍ବର ୨୫ ତାରିଖରୁ ଧାନ କ୍ରୟ ଆରମ୍ଭ ହୋଇଥିବା ବେଳେ ବହୁ ମନ୍ଥର ଗତିରେ ମଣ୍ଡି ଚାଲିଛି। ରଣମାଲ ସମବାୟ ସମିତି ଅଧୀନରେ ଥିବା ବାଣ୍ଡି ଗାଁ, ଭେଜିଗୁଡା, ଅରେବେଡା ଓ ରଣମାଲ ମଣ୍ଡିରେ ଧାନ ଉଠାଣ ପାଇଁ ଶ୍ରୀ ଗଣପତି ରାଇସ ମିଲ ,ଏସଏଲ ରାଇସ ମିଲ, ଶିବସଙ୍କର, ଏମବିଆରଏମ, ଜେକେ ଫୁଡ଼, ବିଜୟଲକ୍ଷ୍ମୀ, ବୈଷ୍ଣଦେବୀ, ଜୟଦୁର୍ଗା, ସୀତାଫୁଡ଼, ଏମଆର ରାଇସ ମିଲ, ଏଚଏଆର ଫୁଡ଼, ସବେତ୍ରୀ ଫୁଡ଼ ଭଳି ୧୨ ଗୋଟି ମିଲ ଟେଗ ହୋଇଥିବା ବେଳେ ବିଜୟଲକ୍ଷ୍ମୀ ଓ ଏମଆର ରାଇସ ମିଲ ୫୦ ପ୍ରତିଶତ ଧାନ ଉଠାଣ କରିଛନ୍ତି।ଅନ୍ୟପକ୍ଷରେ ରଣମାଲ ମଣ୍ଡି କୁ ଏମବିଆରଏମ, ବିଜୟଲକ୍ଷ୍ମୀ, ବୈଷ୍ଣଦେବୀ, ଜୟଦୁର୍ଗା ଓ ଏଚଆର ଫୁଡ଼ ମିଲ ସମ୍ପୂର୍ଣ୍ଣ ଭାବେ ଆସିନଥିବା ଅଭିଯୋଗ ହୋଇଥିବା ବେଳେ ଅନ୍ୟ ତିନୋଟି ମଣ୍ଡିରୁ ଧାନ ଉଠାଣ କରୁଛନ୍ତି।ଏମଆର ରାଇସ ମିଲ ମଧ୍ୟ ରଣମାଲ ମଣ୍ଡିରୁ ପାଖାପାଖି ୩୨୦ କ୍ୟୁଣ୍ଟାଲ ଧାନ ଉଠାଣ କରିଥିବା ବେଳେ ଅନ୍ୟ ତିନୋଟି ମଣ୍ଡିରୁ ତାକୁ ମିଳିଥିବା ଟାର୍ଗେଟ ର ୫୦ପ୍ରତିଶତ ଧାନ ଉଠାଣ କରିଛି।ତେବେ ରଣମାଲ ମଣ୍ଡିରେ ୧୨ ଟି ମିଲ ରୁ ୩ଟି ମିଲ ଭଲ ଭାବରେ ଧାନ ଉଠାଣ କରିଥିବା ବେଳେ ବାକୁ ୯ ଟି ମିଲ ବହୁ ଅବହେଳା କରିଛନ୍ତି।କିନ୍ତୁ ଏ ନେଇ ବିଭାଗୀୟ ଅଧିକାରୀ କୋଣସି ପଦକ୍ଷେପ ଗ୍ରହଣ କରିନାହାଁନ୍ତି।ଚାଷୀଙ୍କ ଦାବି ଅନୁସାରେ ରଣମାଲ ମଣ୍ଡି ରେ କଟନୀଛାଟନୀ ବନ୍ଦ କରାଯାଇ ଧାନର ଏଫେକ୍ୟୁ ମାନ ପାଇଁ ନିୟନ୍ତ୍ରିତ ବଜାର କମିଟି ବ୍ୟବସ୍ଥା ଗ୍ରହଣ କରୁ।ପ୍ରାପ୍ତ ଟୋକାନ ର କ୍ରମିକ ନମ୍ବର ଅନୁଯାୟୀ ଧାନ ଉଠାଣ କରାଯାଉ ତଥା ବିଗତ ଦିନରେ ଧାନ ଉଠାଣ ରେ ଅନିୟମିତତା,ସିସିଟିଭି ଦୁର୍ନୀତି,ଶୌଚାଳୟ ନିର୍ମାଣ ରେ ଅନିୟମିତତା , ଧାନ ର ଆଦ୍ରତା ପରୀକ୍ଷଣ, ବିଶ୍ଳେଷଣ ରେ ଅନିୟମିତତା, ଓଜନ ରେ ଠକାମି କୁ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି ।ଚାଷୀ ମାନେ ସ୍ଥାନୀୟ ମିଲ ଓ ମିଲ ର ଏଜେଣ୍ଟ କୁ ମଧ୍ୟ ବିରୋଧ କରିଛନ୍ତି ।କାରଣ ସ୍ଥାନୀୟ ଏଜେଣ୍ଟ ମାନେ ଗୋଟିଏ ଗୋଟିଏ ବେପାରୀ ହୋଇଥିଵା ବେଳେ ତାଙ୍କର ଧାନ କୁ ମଣ୍ଡି କୁ ନ ଆଣି ମିଲ କୁ ଚାଲାଣ କରୁଛନ୍ତି।ଅତିଶୀଘ୍ର କେସିଙ୍ଗା ସ୍ଥିତ ମିଲ କୁ ଟେଗ କରାଯାଉ ବୋଲି ଦାବି ଉଠିଛି।ଏଥିପାଇଁ ଧାନ ବିକ୍ରି ରିପୋର୍ଟ ପ୍ରତେକ ମଣ୍ଡି ଚାଲିବା ଦିନରେ ସର୍ବସାଧାରଣଙ୍କ ଦର୍ଶନ ପାଇଁ ପ୍ରଦର୍ଶିତ ହେଉ।ଚଳିତ ଖରିଫ ଧାନ ବିକ୍ରି କରିବା ପାଇଁ ରଣମାଲ ମଣ୍ଡିରେ ଚାଷୀ ପଞ୍ଜିକରଣ କରିଥିବା ବେଳେ ଜଣ ଚାଷୀ ଙ୍କ ଧାନ ବିକ୍ରି ହୋଇଛି।ଆଜି ଜାନୁଆରୀ ୫ ତାରିଖ ହୋଇଥିବା ବେଳେ ଡିସେମ୍ବର ୧୬ ତାରିଖର ଟୋକାନ ରେ ଧାନ ବିକ୍ରି କରୁଛନ୍ତି ଚାଷୀ।ତେବେ ଏଭଳି ଅନିୟମିତତା କୁ ନେଇ ଆଜି ରାସ୍ତା ଅବରୋଧ ହୋଇଥିଲା।