ପୁରା ଖବର ବିଷୟରେ



ମେଧାବୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ

Dec 15 2021 8:22PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ: ରାୟଗଡ ଜିଲ୍ଲାରେ ଦ୍ଵିତୀୟ ପର୍ଯ୍ୟାୟରେ ୮୦ଟି ବିଦ୍ୟାଳୟକୁ ରୂପାନ୍ତରିନ କରାଯିବ l ଏଥିପାଇଁ 5ଟି ସଚିବ ବିକେ ପଣ୍ଡିୟlନ ଗତ ୧୪/୧୨/୨୧ରିଖ ଦିନ ଭିଡ଼ିଓ କନ୍ଫରେନ୍ସିଂ ମାଧ୍ୟମରେ ଛାତ୍ର ଛାତ୍ରୀ ,ଶିକ୍ଷକ, ପୂର୍ବତନ ଛାତ୍ରଛାତ୍ରୀ,ସରପଞ୍ଚ ମାନଙ୍କ ସହିତ ଆଲୋଚନା କରିଥିଲେ l ଏହି ଆଲୋଚନା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ନିଜ ଜୀବନର ଲକ୍ଷ୍ୟ ବିଷୟରେ ବର୍ତ୍ତଳପରେ ଉଚ୍ଚକୋଟୀ ଓ ପ୍ରେରଣାଦାୟୀ ଉତ୍ତର ଦେଇଥିଲେ l ଏଥିରେ 5ଟି ସଚିବ ଖୁସି ବ୍ୟକ୍ତ କରି ସେମାନଙ୍କୁ ପୁରସ୍କୃତ କରିଛନ୍ତି l ଉତ୍ତର ରଖିଥିବା ଛାତ୍ର ଛାତ୍ରୀଙ୍କ ଆଦର୍ଶ ମହାପୁରୁଷ ମାନଙ୍କ ପୁସ୍ତକ ଉପହାରବାବଦରେ ପ୍ରଦାନ କରିବା ସହ ସେହି ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରିବା ପାଇଁ ରାଉଗଡ଼ ଜିଲାପଙ୍କୁ କହିଥିଲେ l ରାୟଗଡ ବ୍ଲକ ଅନ୍ତର୍ଗତ ପେଣ୍ଟl ଉନ୍ନୀତ ଉଚ୍ଚବିଦ୍ୟଳୟର ଛାତ୍ର ସିନ୍ଧିମା ନାଏକ କଳ୍ପନା ଚାୱଲl ଭଳି ମହାକାଶ ବିଜ୍ଞାନୀ ହେବେ ବୋଲି କହିଥିବା ବେଳେ ବିଷମ କଟକ ବ୍ଲକ ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଶର୍ମିଷ୍ଠା ଭୋଇ ଭରରତ୍ନ ଡ଼ଃ ଏପି ଯେ ଅବଦୁଲ କଲମ ପରି ଜଣେ ପଦାର୍ଥ ଵିଜ୍ଞାନୀ, ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ଉନ୍ନୀତ ଉଚ୍ଚବିଦ୍ୟଳୟର ଛାତ୍ରୀ ମାମାଲି ବୁରୁଡୁ , କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ଉଚ୍ଚବିଦ୍ୟଳୟର ଛାତ୍ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଭଳି ପାଇଲଟ ହେବେ ବୋଲି ବର୍ତ୍ତଳlପରେ କହିଥିଲେ ଯାହାକି ଉଚ୍ଚକୋଟିର ଓ ପ୍ରେରଣାଦାୟୀ ଥିଲା l ଏହି ଛାତ୍ରଛାତ୍ରୀମାନଙ୍କୁ ଆଜି ମାନ୍ୟବର 5ଟିସଚିବ ଜିଲାପାଳ ରାୟଗଡ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ମାଧ୍ୟମରେ କାର୍ଯ୍ୟାଳୟରେ ପୁରସ୍କୃତ କରିଥିଲେ l