ପୁରା ଖବର ବିଷୟରେ



ରାୟଗଡ ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱ।ଵଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ଅନୁଷ୍ଠିତ

Dec 11 2021 4:25PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ ଜିଲ୍ଲା ଦୌରାଜଜ୍ ଙ୍କ ତତ୍ତ୍ୱ।ଵଧାନରେ ପରିଚାଳିତ ୪ର୍ଥ ଜାତୀୟ ଲୋକ ଅଦାଲତ ଅବସରରେ ରାୟଗଡ଼ ପରିବାର ଅଦାଲତ ତରଫରୁ ଦୀର୍ଘ ବର୍ଷ ଧରି ଚାଲି ଆସୁଥିବା ରାୟଗଡ ସବ - ଡିଭିଜନର ବିଭି୍ନପ୍ରାନ୍ତରୁ ସମୁଦାୟ ୮ ଗୋଟି ପାରିବାରିକ ମାମଲା ସମାଧାନ ହୋଇପାରିଛି, ତନ୍ମଧ୍ୟରୁ ୪ଟି ଭରଣ ପୋଷଣ ମକଦ୍ଦମା ହୋଇଥିବା ବେଳେ ଅନ୍ୟ ୪ଟି ଦେୱାନି ମକଦ୍ଦମା । ଉକ୍ତ ପାରିବାରିକ ମକଦ୍ଦମା ଗୁଡ଼ିକ, ପରିବାର ଅଦାଲତ ବିଚାରପତି ଶ୍ରୀଯୁକ୍ତ ଅମୃତ ରଞ୍ଜନ ନନ୍ଦଙ୍କ ଅଦାଲତରେ ମିଳାମିଶା ମାଧ୍ୟମରେ ଫୈସଲା ହୋଇଛି । ପ୍ରକାଶ ଥାଉକି ଅଦାଲତ ର କାଉନସିଲର୍ ଶ୍ରୀ ଆଶା ଆକାଶ ଗୁରୁ ଉଭୟ ପକ୍ଷଙ୍କ ବୁଝାମଣାରେ ସହାୟକ କରିଥିଲେ। ରାୟଗଡ ପରିବାର ଅଦାଲତର ପ୍ରୟାସ ପରେ ଆଜି ଉକ୍ତ ଦମ୍ପତି ସମୁହ ଉପସ୍ଥିତ ରହି ମିଳିମିଶି ରହିବା ଓ ଭବିଷ୍ୟତରେ କୌଣସି ଅଶାନ୍ତି ସୃଷ୍ଟି ନ କରିବାପାଇଁ ପ୍ରତିଶ୍ରୁତି ଦେଇଥିଲେ। ସେହିପରି ପରିବାର ଅଦାଲତ ର ସିରସ୍ତାଦାର୍ ଶ୍ରୀ ଶତପଥି ଓ ବଶିଷ୍ଠ କିରାଣି ଶ୍ରୀ ପଣ୍ଡା ଏବଂ ଅନ୍ୟାନ୍ୟ କର୍ମଚାରି ଗଣ ସହାୟତା କରିଥିଲେ।