ପୁରା ଖବର ବିଷୟରେ



ରାୟଗଡ଼ା ଜିଲ୍ଲା ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ଅଧିନସ୍ଥ ସିକରପାଇ ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

Dec 11 2021 4:22PM
(ରାୟଗଡା ରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ରାୟଗଡ଼ା ଜିଲ୍ଲା ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଶ୍ୟାମ କୁମାର ଦାଶଙ୍କ ନେତୃତ୍ୱରେ ରାୟଗଡ଼ା ଜିଲ୍ଲା କଲ୍ୟାଣସିଙ୍ଗପୁର ବ୍ଲକ ଅଧିନସ୍ଥ ସିକରପାଇ ଗ୍ରାମରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ଉକ୍ତ ସମ୍ମିଳନୀରେ କଲ୍ୟାଣସିଙ୍ଗପୁର ବ୍ଲକର ବିଭିନ୍ନ ପ୍ରକାର ସମସ୍ୟା ଗୁଡିକରେ ଅନିୟମିତତା ଯଥା କାଳିଆ ଯୋଜନା, ପିଏମ କିଷାନ ଯୋଜନା,ସାର ଯୋଗେଇବା, କୃଷି ଅଧିକାରୀ ଅଭାବ, ଚେକ ଡ୍ୟାମ ସମସ୍ୟା, ଚାଷୀ ବିହନ ସମସ୍ୟା, ଜଳ ସମସ୍ଯାର ସମାଧାନ, ବିପିଏଲ କାର୍ଡରେ ପଞ୍ଜିକରଣ ,ପିଏମ ଆବାସ ଯୋଜନା, ଗୋରୁଶାଳ ଯୋଜନା, ସ୍କୁଲ ଶିକ୍ଷକ ଅଭାବ, ମେଡିକାଲ ଅବ୍ୟବସ୍ଥା, ଯେ.ଇ ମାନଙ୍କର ମାନମୁଖୀ କାର୍ଯ୍ୟ ଓ ଦାଦାଗିରି, ସଫେଇ କାର୍ଯ୍ୟ, ନାବାଳିକା କିଡନାପରେ ପୋଲିସର ଅବହେଳା, ଆଦିବାସୀଙ୍କୁ ଜଙ୍ଗଲ ଜମି ଆଇନ ଅନୁଯାୟୀ ପଟ୍ଟା ପ୍ରଦାନ, ପ୍ରତ୍ୟକ ଜିଲ୍ଲା ପରିଷଦ ଜୋନରେ ଜଳ ନିଷ୍କାସନ ବ୍ୟବସ୍ଥା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ସବୁ ସମସ୍ୟା ପାଇଁ ସରକାରୀ କର୍ମଚାରୀ ଏବଂ ବିଜେଡ଼ି ନେତା ହିଁ କାରଣ ବୋଲି ଯୁବ ମୋର୍ଚ୍ଚା ସିଧାସଳଖ ବିଜେଡ଼ି ସଭାପତି ସୁଧୀର ଦାସଙ୍କୁ ଟାର୍ଗେଟ କରି କହିଥିଲେ । ଏହି ସବୁ ସମସ୍ୟା ଯଦି ସମାଧାନ ନ ହୁଏ ତାହାହେଲେ ଆସନ୍ତା ଦିନରେ ତୀବ୍ର ଆନ୍ଦୋଳନ ହବ ବୋଲି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ୟାମ କୁମାର ଦାଶ ଚେତାବନୀ ଦେଇଛନ୍ତି । ଉକ୍ତ ସମ୍ବାଦିକ ସମ୍ମିଳନୀରେ ରାଜ୍ୟ ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ବସନ୍ତ ଉଲ୍ଲକା, ସିକରପାଇ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, କଲ୍ୟାଣସିଙ୍ଗପୁର ମଣ୍ଡଳ ସଭାପତି ରାମାରାଓ କାଡ୍ରକା, ଜି. ଜଗନ୍ନାଥ, ରୁଦ୍ର ଖଣ୍ଡରିଆ, ଦିଲ୍ଲୀପ ମିନିଆକା, ସୋମେଶ ନିମାଲପୁରୀ, ମନୋଜ ପଟ୍ଟନାୟକ, କୃଷ୍ଣ ସାମଲ, ଧନେଶ୍ୱର ରାଉତ କଂ ସହ ଅନ୍ୟ କର୍ମୀ ପ୍ରମୂଖ ଉପସ୍ଥିତ ଥିଲେ ।