ପୁରା ଖବର ବିଷୟରେ



ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ପକ୍ଷରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ

Dec 3 2021 6:29PM
(ରାୟଗଡାରୁ ପ୍ରଭାକର ରତ୍ନାଲୁଙ୍କ ରିପୋର୍ଟ) ଡିସେମ୍ବର 3 ତାରିଖ ରେ କୋଲନରା ସ୍ଥିତ ନୂତନ ଜ୍ଞାନବର୍ଦ୍ଧିନୀ ସ୍ୱତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ରାୟଗଡା ତରଫରୁ ବିଶ୍ୱ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି l ଜିଲ୍ଲା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଜଜ ତଥା ଡିଏଲଏସଏ ଅଧ୍ୟକ୍ଷ ଶ୍ରୀ ବିକ୍ରମ କେଶରୀ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ଅନ୍ୟ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ର ସଚିବ ଶ୍ରୀ ମନୋରଞ୍ଜନ ମିଶ୍ର, ଜେଏମଏଫସି ଶ୍ରୀ ଗୁରୁ ଚନ୍ଦ୍ର ଜେନାମଣି, ନ୍ୟାୟାଧିକାରୀ ଶ୍ରୀ ଯୁଧିଷ୍ଠିର ଦଳେଇ, ବରିଷ୍ଠ ଆଇନଜୀବୀ ଶ୍ରୀ ସାମୁଏଲ ତାଣ୍ଡି, ଜେକେ କାଗଜ କଳ ର ପ୍ରମୁଖ ପ୍ରବନ୍ଧକ ଶ୍ରୀ ପ୍ରଫୁଲ୍ଲ କୁମାର ଧଳ, ପ୍ରୋଗ୍ରାମ ଅଫିସର ମିସ କାମିନୀ ସିଂ, ଫିଜିଓଥେରାପିସ୍ଟ ଦାମୋଦର ଚାନ୍ଦ ପ୍ରମୁଖ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ l ଜିଲ୍ଲା ଜଜ ଶ୍ରୀ ପଟନାୟକ ନିଜ ର ବକ୍ତବ୍ୟ ରେ ଆଜିର ଦିବସ ପାଳନ ଅବସରରେ ଭିନ୍ନକ୍ଷମ ମାନେ କିପରି ନିଜସ୍ୱ ଉଦ୍ୟମ ରେ ସମାଜ ର ବିଭିନ୍ନ କ୍ଷେତ୍ର ରେ ସୁପ୍ରତିଷ୍ଠିତ ହୋଇପାରିଛନ୍ତି ସେ ସମ୍ପର୍କ ରେ ଆଲୋଚନା କରିଥିଲେ l ସଚିବ ଶ୍ରୀ ମିଶ୍ର ନିଜ ଅଭିଭାଷଣ ରେ ଭିନ୍ନକ୍ଷମ ମାନେ ବ୍ୟକ୍ତିଗତ ତଥା ବୃତ୍ତିଗତ ସ୍ତର ରେ କର୍ତ୍ତବ୍ୟନିଷ୍ଟ ହେଇ ଭାରତ କୁ ଏକ ଉନ୍ନତ ଓ ସମୃଦ୍ଧ ଗଣତାନ୍ତ୍ରିକ ରାଷ୍ଟ୍ର ଗଠନ ରେ ନିଜର ଯୋଗଦାନ କରିବାକୁ ଅନୁରୋଧ କରିବା ସହ ପିଲା ମାନଙ୍କ ର ଶୃଙ୍ଖଳା ତଥା ବହୁମୁଖି ପ୍ରତିଭା କୁ ପ୍ରଶଂସା କରିଥିଲେ l ପ୍ରବନ୍ଧକ ଶ୍ରୀ ଧଳ ନିଜ ର ଅଭିଭାଷଣ ରେ ଆଜିର ଦିବସ ପାଳନ ର ଯଥାର୍ଥତା ସମ୍ପର୍କ ରେ କହିବା ସହିତ ଆଗାମୀ ଦିନ ରେ ବିଦ୍ୟାଳୟ ରେ ହେବାକୁ ଥିବା ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ l ପରିଶେଷରେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ସମସ୍ତ ଅତିଥି ମାନଙ୍କୁ କାମିନୀ ସିଂ ଧନ୍ୟବାଦ ଅର୍ପଣ କରିଥିଲେ l ଏହି କାର୍ଯ୍ୟକ୍ରମ ପରିଚାଳନା ରେ ବିଦ୍ୟାଳୟ ର ଅଧ୍ୟକ୍ଷ, କର୍ମଚାରୀ ବୃନ୍ଦ ତଥା ଆଇନସେବା ପ୍ରାଧିକରଣ ର କର୍ମଚାରୀ ମାନେ ସହଯୋଗ କରିଥିଲେ l